ଟ୍ୱିନ୍ ସିଟିରେ ପବନ ସାଙ୍ଗକୁ ପ୍ରବଳ ବର୍ଷା

କଟକ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ଲାଗି ରହିଥିବା ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ଆଜି ସନ୍ଧ୍ୟାରେ ଟ୍ୱିନ୍ ସିଟିରେ ଭୀଷଣ ପବନ ପବନ ସାଙ୍ଗକୁ ଘଡ଼ଘଡ଼ି ଓ ବର୍ଷା ହୋଇଛି। କିଛି ସମୟ ପାଇଁ ହେଲେ ମଧ୍ୟ ଭଲ ଭାବେ ଅସରାଏ ବର୍ଷା ହେବା ଯୋଗୁଁ ପାଗରେ କିଛିଟା ପରିବର୍ତ୍ତନ ହୋଇଛି। ଗତ କିଛି ଦିନ ହେବ କଟକର ପାରଦ ବଢ଼ି ବଢ଼ି ଚାଲୁଥିବା ବେଳେ ବେଳେ ଏବେ ଏହି ବର୍ଷା […]

rain

Ranjit Kumar Jena
  • Published: Saturday, 27 March 2021
  • , Updated: 27 March 2021, 10:48 PM IST

କଟକ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ଲାଗି ରହିଥିବା ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ଆଜି ସନ୍ଧ୍ୟାରେ ଟ୍ୱିନ୍ ସିଟିରେ ଭୀଷଣ ପବନ ପବନ ସାଙ୍ଗକୁ ଘଡ଼ଘଡ଼ି ଓ ବର୍ଷା ହୋଇଛି। କିଛି ସମୟ ପାଇଁ ହେଲେ ମଧ୍ୟ ଭଲ ଭାବେ ଅସରାଏ ବର୍ଷା ହେବା ଯୋଗୁଁ ପାଗରେ କିଛିଟା ପରିବର୍ତ୍ତନ ହୋଇଛି।

ଗତ କିଛି ଦିନ ହେବ କଟକର ପାରଦ ବଢ଼ି ବଢ଼ି ଚାଲୁଥିବା ବେଳେ ବେଳେ ଏବେ ଏହି ବର୍ଷା ଯୋଗୁଁ ସେଥିରେ ନିଶ୍ଚିତ ରୂପେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଯଦିଓ ଆଗକୁ କଟକ ସମେତ ଅନ୍ୟ ୩ ଉପକୂଳବର୍ତ୍ତୀ ଜିଲ୍ଲାରେ ଗରମ ବଢିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଆଜି ସନ୍ଧ୍ୟାରେ ଏହି ଝଡ଼ତୋଫାନ ଜନଜୀବନକୁ ବହୁ ମାତ୍ରାରେ ଆଶ୍ୱସ୍ତି ଦେଇଛି।

କେବଳ କଟକ ନୁହେଁ, ରାଜଧାନୀ ଭୁବନେଶ୍ୱରରେ ପବନ ସହ ଘଡ଼ଘଡ଼ି ଓ ବର୍ଷା ହୋଇଛି। ଏହାଦ୍ୱାରା ଉଭୟ କଟକ ଓ ଭୁବନେଶ୍ୱରରେ ଚଳପ୍ରଚଳ ଠପ୍ ହେବା ସହ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇଛି।

Related story