କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକେଟ୍ ରୋଗ: ଏକାଧିକ ଆଶାୟୀଙ୍କୁ ନେଇ ବଢ଼ୁଛି ବିବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକେଟ୍ ରୋଗ। ଏକାଧିକ ଆଶାୟୀଙ୍କୁ ନେଇ ତୁଟୁନି ୪ ଲୋକସଭା ପାଇଁ ଅଙ୍କ। ଏଣେ ବୁଝାସୁଝା ପରେ ପାର୍ଟି ଅଫିସ ପରିସରରୁ ଧାରଣାରୁ ଉଠିଲେ ଅମିୟଙ୍କ ସମର୍ଥକ। ବିଜେଡି, କଂଗ୍ରେସ ପରେ ବିଜେପିରେ ବି ଟିକେଟକୁ ନେଇ ଘମାସାନ। ୧୦ଲୋକସଭା ଓ ୯୯ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା ହୋଇଥିଲେ ବି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪ଲୋକସଭା ଓ ୨୫ବିଧାନସଭା ଆସନ ପାଇଁ […]

uio-7

Tapas Behera
  • Published: Friday, 22 March 2019
  • , Updated: 22 March 2019, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକେଟ୍ ରୋଗ। ଏକାଧିକ ଆଶାୟୀଙ୍କୁ ନେଇ ତୁଟୁନି ୪ ଲୋକସଭା ପାଇଁ ଅଙ୍କ। ଏଣେ ବୁଝାସୁଝା ପରେ ପାର୍ଟି ଅଫିସ ପରିସରରୁ ଧାରଣାରୁ ଉଠିଲେ ଅମିୟଙ୍କ ସମର୍ଥକ।

ବିଜେଡି, କଂଗ୍ରେସ ପରେ ବିଜେପିରେ ବି ଟିକେଟକୁ ନେଇ ଘମାସାନ। ୧୦ଲୋକସଭା ଓ ୯୯ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା ହୋଇଥିଲେ ବି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪ଲୋକସଭା ଓ ୨୫ବିଧାନସଭା ଆସନ ପାଇଁ ଅଙ୍କ ଛିଣ୍ଡୁନି। ନୂଆ ଚେହେରା ଭାବେ ୬୪ ଜଣଙ୍କୁ ଦଳ ଟିକେଟ ଦେଇଥିବାବେଳେ ଘୋଷିତ ୯୯ ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ୯ ମହିଳା । ତେବେ ଟିକେଟ କଟିଥିବା ପ୍ରତିବାଦରେ ଭୁବନେଶ୍ୱର ଏକାମ୍ର ପ୍ରାର୍ଥୀଙ୍କ ସମର୍ଥକ ରାଜ୍ୟ କାଯର୍ୟାଳୟରେ ତାଲା ପକାଇ ଦେଇଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା କଳାହାଣ୍ଡି ଓ କୋରାପୁଟରେ ବିଜେପିର ଆସନ ଅଙ୍କ କିନ୍ତୁ ଛିଣ୍ଡିନି।

କୁହାଯାଉଛି, କଳାହାଣ୍ଡି ଲୋକସଭା ପାଇଁ ଦଳର ରାଜ୍ୟ ସଭାପତି ଆଶାୟୀ ଥିବାରୁ ଦ୍ୱନ୍ଦ୍ୱ ରହିଛି। ପୂର୍ବଥର  ଲଢ଼ିଥିବା ପ୍ରଦୀପ୍ତ ନାଏକ ଓ ବିଜେଡି ସାଂସଦ ଅର୍କକେଶରୀ ଦେଓ ଦଳ ଛାଡିବା ପରେ ତାଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି । କୋରାପୁଟରେ ଜୟରାମ ପାଙ୍ଗୀ ଆଶାୟୀଙ୍କ ଭିତରେ ଆଗରେ ଥିବାରୁ ସେଠି ବି ନିଷ୍ପତ୍ତି ହୋଇନି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବରଗଡ ଓ କନ୍ଧମାଳ ଆସନର ଅଙ୍କ ମଧ୍ୟ ଛିଣ୍ଡିନି।

ସେପଟେ ବିଧାନସଭା ପାଇଁ ପ୍ରଥମ ଦଫାରେ ୯୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ହେଲେ ଏଥିରେ ବି ପ୍ରଥମ ପର୍ଯ୍ୟାୟର ୧୩ ଓ ଦ୍ୱିତୀୟ ପର୍ଯ୍ୟାୟର ୧୨ଟି, ଏମିତି ମୋଟ୍ ୨୫ଟି ଆସନର ଟିକେଟ ଫଇସଲା ହୋଇନି । ସମୁଦାୟ ୬୪ ଜଣ ନୂଆ ଚେହେରାଙ୍କୁ ଦଳ ମଇଦାନକୁ ଛାଡିଛି । ଯଦିଓ ଏମାନଙ୍କ ମଧ୍ୟରୁ ଅନେକ ଅନ୍ୟ ଦଳରେ  ଲଢ଼ି ମନ୍ତ୍ରୀ, ବିଧାୟକ ଓ ପ୍ରାର୍ଥୀ  ବି ହୋଇଥିଲେ। ତେବେ ୯୯ ମଧ୍ୟରୁ ୯ ଜଣ ମହିଳାଙ୍କୁ ଦଳ ଟିକେଟ ଦେଇଛି।

ସେମାନଙ୍କ ଭିତରେ ଅଛନ୍ତି ଦଳର ରାଜ୍ୟ ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ପ୍ରଭତୀ ପରିଡ଼ା। ତା’ସହ ନିକଟରେ ବିଜେଡି ଓ କଂଗ୍ରେସ ଛାଡି ଆସିଥିବା ନେତାଙ୍କ ମଧ୍ୟରୁ ଡାକ୍ତର ଦାମୋଦର ରାଉତ, ପ୍ରକାଶ ବେହେରା, କେ. ନାରାୟଣ ରାଓ, କୁସୁମ ଟେଟେ, ବାବୁ ସିଂଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି। ୧୦ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି ବିଜେପି।

ଅନ୍ୟପଟେ ଭୁବନେଶ୍ୱର ଏକାମ୍ର ପାଇଁ ଆଶାୟୀ ଅମୀୟ ଦାଶଙ୍କ ଟିକେଟ କଟିବା ପରେ ଗତକାଲି ବିଳମ୍ବିତ ରାତିରୁ ତାଙ୍କ ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଆଜି ସକାଳେ ସେମାନେ କାର୍ଯ୍ୟାଳୟରେ ତାଲା ବି ପକାଇ ଦେଇଥିଲେ। ଅମୀୟଙ୍କୁ ଡାକି କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ।  ପରେ ବରିଷ୍ଠ ନେତାଙ୍କ ହସ୍ତକ୍ଷେପ ପରେ ତାଲା ଖୋଲିଥିଲା  ସେପଟେ ଲକ୍ଷ୍ମୀପୁର ବିଜେପି କାର୍ଯ୍ୟାଳୟ ମଧ୍ୟରେ ଅସନ୍ତୁଷ୍ଟ ଆଶାୟୀଙ୍କ ସମର୍ଥକମାନେ ଭଙ୍ଗାରୁଜା କରିଛନ୍ତି । ଦଳକୁ ଆସୁ ଆସୁ ଟିକେଟ ମିଳିଥିବା ନେତାଙ୍କୁ ଦେଇ ଆରମ୍ଭ ହୋଇଥିବା ଅସନ୍ତୋଷକୁ ଦଳ କେମିତି ପ୍ରଶମିତ କରୁଛି ଏବେ ତା’ ଉପରେ ନଜର ରହିଛି।

Related story