ବାଘକୁ ଗୋଡ଼ାଇଲା କୁକୁର…

Ordigital Desk
  • Published: Thursday, 08 March 2018
  • , Updated: 08 March 2018, 04:19 PM IST
<p>ନୟାଗଡ଼ (ଓଡ଼ିଶା ରିପୋର୍ଟର): ବାଘକୁ ଗୋଡ଼ାଇଲା କୁକୁର। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏହା ସମ୍ପୂର୍ଣ୍ଣ ସତକଥା। ଏପରି ଘଟଣା ନୟାଗଡ଼ ଜିଲ୍ଲା ଗଣିଆ ରେଞ୍ଜ ହଟିଆସାହିରେ ଘଟିଛି। କୁକୁର ଗୋଡାଇବାକୁ ବାଘ ଛୁଆଟି ଜୀବନ ବିକଳରେ ଧାଇଁ ପଳାଇବା ବେଳେ ପୋଖରୀରେ ପଡ଼ିଯାଇଥିଲା।</p> <p>ପ୍ରଗତି ନାଁରେ ମଣିଷ ଦିନକୁ ଦିନ ଉଗ୍ର ହେବାରେ ଲାଗୁଛି। ଜୀବଯନ୍ତୁଙ୍କ ବାସ ସ୍ଥାନ ଜଙ୍ଗଲକୁ ନଷ୍ଟ କରିଦେଉଛି। ଯାହାଫଳରେ ବଣ୍ୟଯନ୍ତୁମାନେ ଖାଦ୍ୟ ଅନ୍ୱ୍ୟୋଷଣରେ ଗ୍ରାମାଭିମୁଖୀ ହେଉଛନ୍ତି। ଆଜି ସକାଳେ ଏମିତି କିଛି ଘଟଣା ହଟିଆସାହିରେ ଘଟିଛି। ସକାଳେ ବାଘ ଛୁଆଟି ଜଙ୍ଗଲକୁ ଫେରୁଥିବା ବେଳେ କୁକୁରଙ୍କ ହାବୁଡ଼ରେ ପଡ଼ିଥିଲା। କୁକୁରମାନେ ବାଘଟିକୁ ଦେଖି ଗୋଡ଼ାଇ ଥିଲେ। ଜୀବନ ବିକଳରେ ଦୌଡ଼ି ପାଳାଇବା ବେଳେ ଏକ ପୋଖରୀରେ ବାଘ ଛୁଆଟି ପଡ଼ି ଯାଇଥିଲା। ମାତ୍ର ବାହାରି ପାରିନଥିଲା। ତେବେ ସେହି ଗାଁର ଦୀପ୍ତିରଞ୍ଜଜନ ନାୟକ ନାମକ ଜଣେ ଯୁବକ ଦେଖି ବାଘ ଛୁଆଟିକୁ ଉଦ୍ଧାର କରିଥିଲେ। ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ବାଘ ଛୁଆଟିକୁ ଉଦ୍ଧାର କରି ନୟାଗଡ଼ ଆଣିଥିଲେ। ପ୍ରାଥମିକ ଚିକିତ୍ସା କରାଯାଇଛି। ତେବେ ବାଘ ଛୁଆଟିକୁ ଜଙ୍ଗଲରେ ନାଁ ନନ୍ଦନକାନନରେ ଛଡ଼ା ଯିବ ସ୍ଥିର ହୋଇନି। ଉଦ୍ଧାର ହୋଇଥିବା ବାଘ ଛୁଆଟି କଲରାପତରିଆ ବୋଲି ବନ ବିଭାଗ ସ୍ପଷ୍ଟ କରିଛି।</p>

Related story