ପାଗ ବଦଳିଲେ ବାଘ ଆସିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଗ ବଦଳିଲେ ବାଘ ଆସିବ। ପାଣିପାଗକୁ ଦେଖି ମଧ୍ୟପ୍ରଦେଶରୁ ଓଡ଼ିଶାକୁ ବାଘ ଅଣାଯିବ। ଏନେଇ ସୂଚନା ଦେଇଛନ୍ତି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍। ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରେ ବାଘ ଚିହ୍ନଟ ହୋଇଛି। ଖୁବ୍ ଶୀଘ୍ର ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶର ବାଘ ବିଚରଣ କରିବ ବୋଲି ସେ କହିଛନ୍ତି। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ତିନିବର୍ଷରୁ କମ୍‌ ବୟସ୍କ ବାଘ […]

tiger-1

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 07:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଗ ବଦଳିଲେ ବାଘ ଆସିବ। ପାଣିପାଗକୁ ଦେଖି ମଧ୍ୟପ୍ରଦେଶରୁ ଓଡ଼ିଶାକୁ ବାଘ ଅଣାଯିବ। ଏନେଇ ସୂଚନା ଦେଇଛନ୍ତି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍। ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରେ ବାଘ ଚିହ୍ନଟ ହୋଇଛି। ଖୁବ୍ ଶୀଘ୍ର ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶର ବାଘ ବିଚରଣ କରିବ ବୋଲି ସେ କହିଛନ୍ତି।

ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ତିନିବର୍ଷରୁ କମ୍‌ ବୟସ୍କ ବାଘ ଛୁଆକୁ ଓଡ଼ିଶା ଆଣିବାକୁ ଚିହ୍ନଟ କରାଯାଇଛି। ବାଘଟିକୁ ଏବେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ବାଘ ଅଣାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ବାଘ ଅଣାଯିବାର ଯୋଜନା ରହିଛି। ଏଥିପାଇଁ ସାତକୋଶିଆର କୋର୍ ଅଞ୍ଚଳରୁ ଜନବସତିକୁ ସ୍ଥାନାନ୍ତର କରାଯାଇଛି। ବାଘଙ୍କ ପାଇଁ ସ୍ୱତନ୍ତ୍ର ଜାଲିଯୁକ୍ତ ଏନ୍‌କ୍ଲୋଜର ନିର୍ମାଣ ମଧ୍ୟ ଶେଷ ହୋଇଛିା

Related story