ରାଜ୍ୟରେ ଆରମ୍ଭ ହେଲା ବାଘ ଗଣନା 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଆରମ୍ଭ ହେଲା ବାଘ ଗଣନା ପ୍ରକ୍ରିୟା। ଏଥର ରାଜ୍ୟର ଅଧିକ ଡିଭିଜନରେ ବାଘ ଗଣନା କରାଯିବ । ପୂର୍ବରୁ ରାଜ୍ୟର ୧୫ଟି ଡିଭିଜନରେ ବାଘ ଗଣନା କରାଯାଉଥିଲା । ଫଳରେ ଏଥର ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି। ଓଡ଼ିଶାରେ କେତେ ସଂଖ୍ୟାରେ ବାଘ ଅଛନ୍ତି ?  କେଉଁ ଜଙ୍ଗଲରେ ବାଘଙ୍କ ସଂଖ୍ୟା କେତେ ସେ ସମ୍ପର୍କରେ ତଥ୍ୟ  ସଂଗ୍ରହ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟ […]

tiger

Tapas Behera
  • Published: Saturday, 24 July 2021
  • , Updated: 24 July 2021, 05:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଆରମ୍ଭ ହେଲା ବାଘ ଗଣନା ପ୍ରକ୍ରିୟା। ଏଥର ରାଜ୍ୟର ଅଧିକ ଡିଭିଜନରେ ବାଘ ଗଣନା କରାଯିବ । ପୂର୍ବରୁ ରାଜ୍ୟର ୧୫ଟି ଡିଭିଜନରେ ବାଘ ଗଣନା କରାଯାଉଥିଲା । ଫଳରେ ଏଥର ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି। ଓଡ଼ିଶାରେ କେତେ ସଂଖ୍ୟାରେ ବାଘ ଅଛନ୍ତି ?  କେଉଁ ଜଙ୍ଗଲରେ ବାଘଙ୍କ ସଂଖ୍ୟା କେତେ ସେ ସମ୍ପର୍କରେ ତଥ୍ୟ  ସଂଗ୍ରହ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟ ବନ ବିଭାଗ ସହ ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟି, ଏନଟିସିଏ ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

ଖୁବ୍ ଶୀଘ୍ର ବାଘ ଗଣନା ପାଇଁ ରାଜ୍ୟ ସ୍ତରରେ ଜଣେ ନୋଡାଲ ଅଫିସର ନିଯୁକ୍ତ ହେବେ। ଏହାପରେ ଏନଟିସିଏ ପକ୍ଷରୁ ମାଷ୍ଟର ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଚାରୋଟି ପର୍ଯ୍ୟାୟରେ ବାଘଙ୍କ ଗଣତି ରାଯିବ। ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ଗଣନା ରାଜ୍ୟ ବନ ବିଭାଗ କରୁଥିବା ବେଳେ ଦ୍ଵିତୀୟ ଓ ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟ ଏନଟିସିଏ କରିବ ।

ପ୍ରଥମ ପର୍ଯ୍ୟାୟ ଗଣନା ପାଇଁ ଏକ ସ୍ଵତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି । ଗଣନାରେ ସାମିଲ ଅଧିକାରୀମାନେ ଏହି ଆପ୍ ବ୍ୟବହାର କରିବେ। ତୃତୀୟ ପର୍ଯ୍ୟାୟରେ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଗଣତି କରାଯିବ ।  ଏ ସମସ୍ତ ତଥ୍ୟକୁ ତର୍ଜମା କରିବା ପରେ ବାଘ ଗଣନା ତଥ୍ୟ  ପ୍ରକାଶ ପାଇବ।

୨୦୦୪ ମସିହା ଗଣନା ଅନୁସାରେ ରାଜ୍ୟରେ ୧୯୨ ବାଘ ଥିଲେ । ସେ ସମୟରେ ପଗ୍ ମାର୍କ ପଦ୍ଧତିରେ ଗଣନା କରାଯାଉଥିଲା । ପରବର୍ତ୍ତୀ ସମୟରେ କ୍ୟାମେରା ଟ୍ରାପ୍ ପଦ୍ଧତି ବ୍ୟବହାର ଦ୍ଵାରା ବାଘ ସଂଖ୍ୟା ବହୁତ୍ କମି ଯାଇଥିଲା । କେବଳ ସେତିକି ନୁହେଁ, ୨୦୦୪ ପରେ ଶିମିଳିପାଳ, ସାତକୋସିଆ ଭଳି ଅଞ୍ଚଳ ବ୍ୟତୀତ ସମଗ୍ର ଓଡ଼ିଶାରେ ମଧ୍ଯ ଗଣନା କରାଯାଇ ନ ଥିଲା । ଫଳରେ ୨୦୦୬ ଗଣନାରେ ବାଘ ସଂଖ୍ୟା ଆଶାତୀତ ଭାବେ ୪୫କୁ କମି ଆସିଥିଲା। ୨୦୧୦ ମସିହା ଗଣନାରେ ବାଘ ସଂଖ୍ୟା ୩୨ ଥିଲା । ୨୦୧୪ ଓ ୨୦୧୮ ଗଣନାରେ ପୁଣି ସଂଖ୍ଯା କମି ୨୮ ହୋଇଛି । ଏଥର ରାଜ୍ୟର ସମସ୍ତ ଅଞ୍ଚଳରେ ଗଣନା କଲେ କିଛି ଭଲ ଫଳ ମିଳିବ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।

କୌଣସି ଅଞ୍ଚଳରେ ବାଘ ରହିବାର ଅର୍ଥ ସେ ଅଞ୍ଚଳର ଜୈବ ବିବିଧତା ଭଲ ଅଛି । ଏହି ନ୍ୟାୟରେ ଦେଖିବାକୁ ଗଲେ ଓଡ଼ିଶାରେ ଜଙ୍ଗଲ ଅଞ୍ଚଳ ବଢୁଥିବା ବେଳେ ବାଘ ସଂଖ୍ୟା କମିବାକୁ ନେଇ ବିବାଦ ଦେଖା ଦେଇଛି। ଏଥର ଗଣନାରେ ବାଘ ସଂଖ୍ୟା କେତେ ଆସୁଛି ଓ ବନ ବିଭାଗ ତଥା ସରକାର ଏହି ସଂଖ୍ୟାକୁ କିଭଳି ଗ୍ରହଣ କରୁଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିବ।

 

Related story