ଗାଁରେ ବୁଲୁଛି ବାଘ, ଭୟରେ ଲୋକେ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ନୂଆପଡ଼ା ଓ କୋରାପୁଟ ଜିଲ୍ଲାରେ ବାଘ ଆତଙ୍କ।  ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗାଁ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଗତରାତିରେ ଏକ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ଦିନ ମଜୁରିଆ ଭାବେ ପେଟ ପୋଷୁଥିବା ଜିତ ମାଝୀଙ୍କର ବଳଦକୁ କଲରାପତରିଆ ବାଘ ମାରିଥିବା ଅଭିଯୋଗ ହୋଇଛି। ଘରେ ବୁଢ଼ୀ ମା’ ଓ ମାନସିକ ଅନଗ୍ରସର ଝିଅ ଥିବା ବେଳେ, ଆଗକୁ ସେ ଲୋକଙ୍କ ବିଲରେ ହଳ କରି କେମିତି […]

Tiger

Madhupriya Mistry
  • Published: Sunday, 25 September 2022
  • , Updated: 25 September 2022, 08:46 AM IST

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ନୂଆପଡ଼ା ଓ କୋରାପୁଟ ଜିଲ୍ଲାରେ ବାଘ ଆତଙ୍କ।  ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗାଁ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଗତରାତିରେ ଏକ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ଦିନ ମଜୁରିଆ ଭାବେ ପେଟ ପୋଷୁଥିବା ଜିତ ମାଝୀଙ୍କର ବଳଦକୁ କଲରାପତରିଆ ବାଘ ମାରିଥିବା ଅଭିଯୋଗ ହୋଇଛି।

ଘରେ ବୁଢ଼ୀ ମା’ ଓ ମାନସିକ ଅନଗ୍ରସର ଝିଅ ଥିବା ବେଳେ, ଆଗକୁ ସେ ଲୋକଙ୍କ ବିଲରେ ହଳ କରି କେମିତି ରୋଜଗାର କରିବେ, ସେନେଇ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି।

ସେପଟେ କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜରେ ଦେଖିଦେଇଛି ମହାବଳ ବାଘ ଆତଙ୍କ।  ଆନ୍ଧ୍ରପ୍ରଦେଶ କାସ୍ପାବାଲସା ବନାଞ୍ଚଳ ଓ କୋଟିଆ ସୀମାରେ ବାଘ ବୁଲୁଥିବା ଚର୍ଚ୍ଚା ହେଉଛି।

କୋରାପୁଟ ବନଖଣ୍ଡ ଓ ସେମିଳିଗୁଡ଼ା ରେଞ୍ଜ ପକ୍ଷରୁ ବନ କର୍ମଚାରୀ ବାଘକୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଥିବା ବେଳେ, ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏନେଇ କୋରାପୁଟ ଜିଲ୍ଲାପାଳ ମଧ୍ୟ ଟୁଇଟ୍ କରିବା ସହିତ ସବୁ ପଦକ୍ଷେପ ନିଆଯାଉଛି  ଚିନ୍ତାର କୌଣସି କାରଣ ନାହିଁ ବୋଲି ଲୋକଙ୍କୁ ଆଶ୍ୱସ୍ତ ଦେଇଛନ୍ତି।

Related story