ଦାସେ ଆଇଲେ ମୂଳରୁ ଗାଆ

ଭୁବନେଶ୍ୱର/ଅନୁଗୋଳ(ଓଡ଼ିଶା ରିପୋର୍ଟର): ଦାସେ ଆଇଲେ ମୂଳରୁ ଗାଆ ନ୍ୟାୟରେ ଦେଢ଼ବର୍ଷ ପରେ ପୁଣି ଆରମ୍ଭ ହେବ ସାତକୋଶିଆରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ କାର୍ଯ୍ୟକ୍ରମ। ତେବେ ଏଥର ବାଘଙ୍କ ଭବିଷ୍ୟତ ନିର୍ଭର କରୁଛି ସ୍ଥାନୀୟ ଲୋକଙ୍କ ନିଷ୍ପତ୍ତି ଉପରେ । ଏହାକୁ ଦେଖି ଅଞ୍ଚଳବାସୀଙ୍କ ସହ ଆଲୋଚନା ପରେ ଯାଇ NTCAକୁ ରିପୋର୍ଟ ଦେବ ବନ ବିଭାଗ। ନୂଆ ପଦକ୍ଷେପକୁ ଅଭୟାରଣ୍ୟବାସୀ ସ୍ୱାଗତ କରିଥିବା ବେଳେ ବିଶେଷଜ୍ଞ କିନ୍ତୁ ପ୍ରକଳ୍ପର ସଫଳତା ନେଇ ଆଶା ଓ ଆଶଙ୍କାରେ ଅଛନ୍ତି। […]

c-9876

Tapas Behera
  • Published: Tuesday, 17 December 2019
  • , Updated: 17 December 2019, 07:59 PM IST

ଭୁବନେଶ୍ୱର/ଅନୁଗୋଳ(ଓଡ଼ିଶା ରିପୋର୍ଟର): ଦାସେ ଆଇଲେ ମୂଳରୁ ଗାଆ ନ୍ୟାୟରେ ଦେଢ଼ବର୍ଷ ପରେ ପୁଣି ଆରମ୍ଭ ହେବ ସାତକୋଶିଆରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ କାର୍ଯ୍ୟକ୍ରମ। ତେବେ ଏଥର ବାଘଙ୍କ ଭବିଷ୍ୟତ ନିର୍ଭର କରୁଛି ସ୍ଥାନୀୟ ଲୋକଙ୍କ ନିଷ୍ପତ୍ତି ଉପରେ । ଏହାକୁ ଦେଖି ଅଞ୍ଚଳବାସୀଙ୍କ ସହ ଆଲୋଚନା ପରେ ଯାଇ NTCAକୁ ରିପୋର୍ଟ ଦେବ ବନ ବିଭାଗ। ନୂଆ ପଦକ୍ଷେପକୁ ଅଭୟାରଣ୍ୟବାସୀ ସ୍ୱାଗତ କରିଥିବା ବେଳେ ବିଶେଷଜ୍ଞ କିନ୍ତୁ ପ୍ରକଳ୍ପର ସଫଳତା ନେଇ ଆଶା ଓ ଆଶଙ୍କାରେ ଅଛନ୍ତି।

କାହ୍ନାରୁ ଆସିଥିବା ବାଘ ମଲା। ଏଣେ ବାଘୁଣୀ ସୁନ୍ଦରୀ ଏବେ ଏନ୍‌କ୍ଲୋଜରରେ ଅଛି। ଏଭଳି ସ୍ଥିତିରେ ଦେଢ଼ ବର୍ଷ ପରେ ପୁଣିଥରେ ସାତକୋଶିଆରେ ଆରମ୍ଭ ହେବ ବାଘ ସ୍ଥାନାନ୍ତରଣ କାର୍ଯ୍ୟକ୍ରମ। ଖୁବ୍‌ଶୀଘ୍ର ଅଞ୍ଚଳବାସୀ, ସ୍ଥାନୀୟ ଜନ ପ୍ରତିନିଧି ଓ ଜିଲା ପ୍ରଶାସନ ସହ ବୈଠକ କରିବ ବନ ବିଭାଗ। ଫୋକସ୍‌ରେ ରହିବ ବାଘ ଚଳପ୍ରଚଳ ସାଙ୍ଗକୁ ଜୈବ ବିବିଧତା ସମ୍ପର୍କରେ ସଚେତନତା। ଲୋକଙ୍କ ମତାମତ ଅନୁସାରେ ପ୍ରସ୍ତୁତ ହେବ ଖସଡ଼ା॥ ପରେ ୱାଇଲଡ୍‌ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଓ ନ୍ୟାସନାଲ୍ ଟାଇଗର କନଜରଭେସନ ଅଥରିଟିଙ୍କ ପରାମର୍ଶ ଅନୁସାରେ ପ୍ରକଳ୍ପ ଆଗକୁ ବଢିବ ବୋଲି କହିଛନ୍ତି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ। ବୈଠକ ପରେ ଯାଇ ସୁନ୍ଦରୀକୁ କେବେ ଜଙ୍ଗଲରେ ଛଡ଼ାଯିବ, ଅନ୍ୟ ଦୁଇ ଯୋଡ଼ା ବାଘ ସାତକୋଶିଆକୁ କେବେ ଅଣାଯିବ, ସେନେଇ ବି ନିଷ୍ପତ୍ତି ନିଆଯିବ। ସେପଟେ ଏଥର ଅଭୟାରଣ୍ୟବାସୀଙ୍କ ମତାମତ ନେଇ ବନ ବିଭାଗ ବ୍ୟାଘ୍ର ପ୍ରକଳ୍ପ ଆଗକୁ ନେବାକୁ ଚାହୁଁଥିବାରୁ ଉଦ୍ୟମକୁ ସ୍ୱାଗତ କରିଛନ୍ତି ସାତକୋଶିଆବାସୀ । ବିଶେଷଜ୍ଞ କିନ୍ତୁ ପ୍ରକଳ୍ପକୁ ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି। କହିଛନ୍ତି ଯଦିଓ ପୂର୍ବରୁ ବାଘଙ୍କ ଚଳପ୍ରଚଳ ଓ ବଂଶ ବିସ୍ତାର ପାଇଁ ସାତକୋଶିଆ ଅନୁକୂଳ ସ୍ଥାନ ଥିଲା, ହେଲେ ଏବେ ଅଭୟାରଣ୍ୟ ତିନି ଭାଗରେ ବିଭକ୍ତ ହୋଇ ସାରିଥିବାରୁ ଆଉ ଉପଯୁକ୍ତ ନୁହେଁ । ଶିକାରୀଙ୍କ ପ୍ରାଦୁର୍ଭାବ କମିଥିଲେ ବି ବନ୍ଦ ହୋଇନି।

ଛୋଟ ଛୋଟ ଗାଁ କୋର୍ ଅଞ୍ଚଳରୁ ସ୍ଥାନାନ୍ତର ନହେଲେ ବାଘଙ୍କ ବିଚରଣରେ ଅସୁବିଧା ହେବ। ୨୦୧୮ରେ ସାତକୋଶିଆରେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ କାର୍ଯ୍ୟକ୍ରମ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁଙ୍କୁ ନେଇ ଲଙ୍କାକାଣ୍ଡ ସାଙ୍ଗକୁ କାହ୍ନାରୁ ଆସିଥିବା ମହାବଳ, ଶିକାରୀଙ୍କ ଫାଶରେ ପଡ଼ି ମରିବା ପରଠୁ ଦିଗହରା ହୋଇ ପଡିଛି ପ୍ରକଳ୍ପ।

Related story