ବନ ବିଭାଗ ହାତରେ ବାଘ ଛାଲ ରାକେଟ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର)ନବରଙ୍ଗପୁର ବନ ବିଭାଗ ହାତରେ ବାଘ ଛାଲ ରାକେଟ । ନବରଙ୍ଗପୁର ରେଞ୍ଜ ତେନ୍ତୁଳିଖୁଣ୍ଟି ସେକ୍ସନରୁ ଜବତ ହୋଇଛି ବାଘଛାଲ । ନବରଙ୍ଗପୁର ବନ ବିଭାଗ ଦ୍ୱାରା ଦୁଇଟି ଅଞ୍ଚଳରେ ଚଢ଼ଉ ହୋଇଥିଲା । ଯେଉଁଠୁ ୩ଟି କଲରାପତରିଆ ବାଘ ଛାଲ ବନ ବିଭାଗ ଜବତ କରିଛି । ମାମଲାରେ ୪ ଜଣଙ୍କୁ ଗିରଫ କରାଯିବା ସହ ଏମାନଙ୍କର ୨ଟି ବାଇକ୍ ଜବତ ହୋଇଛି । କେଉଁଠୁ ଓ କିପରି ଏହି ବାଘ ଛାଲ ଆଣିଥିଲେ ? ଶିକାର କେମିତି କରୁଥିଲେ ସେ ନେଇ ତଦନ୍ତ କରାଯାଉଥିବା ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ।