ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରୁ ୨ଟି ବାଘଛାଲ ଜବତ ହୋଇଛି । ବାଘ ଛାଲ ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ STF ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସମୟରେ ବାଘଛାଲ ରାକେଟ୍ର ପର୍ଦ୍ଦାଫାସ କରିଥିଲା । ରାକେଟ୍ରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି, ତାର ତଦନ୍ତ ଜାରି ରଖିଛି ଏସ୍ଟିଏଫ୍ ।
ଗତ ୮ ତାରିଖରେ ମଧ୍ୟ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଗିରିପୂଜା ଜଙ୍ଗଲରେ ବାଘ ଛାଲ ବିକ୍ରି ଲାଗି ଯୋଜନା ହେଉଥିବା ବେଳେ ସ୍ପେଶାଲ ଟାସ୍କ ଫୋର୍ସର ଏକ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବାଘ ଓ ହରିଣ ଛାଲ ଜବତ ସହ ୨ ଜଣଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍ ।