ବାଘ ଛାଲରେ ଗୁଳି ଚିହ୍ନ, ଚାଲିଛି ଯାଞ୍ଚ

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ରୁ ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଛି ବନବିଭାଗ । ଜବତ ବାଘ ଛାଲଟି କେଉଁ ବାଘର ସେ ନେଇ ଯାଞ୍ଚ ଚାଲିଛ । କିଛି ମାସ ପୂର୍ବେ ବରଗଡରେ ୨ଜଣ ବନ ଅଧିକାରୀ କ୍ୟାମେରାରେ ଗୋଟିଏ ବାଘକୁ ଠାବ କରିଥିଲେ । ତେବେ କ୍ୟାମେରାରେ ଯେଉଁ ବାଘ ଠାବ ହୋଇଥିଲା ଜବତ ଛାଲଟି ତାହାର କି ନୁହେଁ ସେନେଇ ତଦନ୍ତ ଚାଲିଛି । ସେପଟେ ଜବତ ବାଘ ଛାଲରେ ଗୁଳିମାଡର କ୍ଷତ […]

tiger-skin-1

Jitendra Garnayak
  • Published: Thursday, 26 November 2020
  • , Updated: 26 November 2020, 12:52 PM IST

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ରୁ ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଛି ବନବିଭାଗ । ଜବତ ବାଘ ଛାଲଟି କେଉଁ ବାଘର ସେ ନେଇ ଯାଞ୍ଚ ଚାଲିଛ । କିଛି ମାସ ପୂର୍ବେ ବରଗଡରେ ୨ଜଣ ବନ ଅଧିକାରୀ କ୍ୟାମେରାରେ ଗୋଟିଏ ବାଘକୁ ଠାବ କରିଥିଲେ । ତେବେ କ୍ୟାମେରାରେ ଯେଉଁ ବାଘ ଠାବ ହୋଇଥିଲା ଜବତ ଛାଲଟି ତାହାର କି ନୁହେଁ ସେନେଇ ତଦନ୍ତ ଚାଲିଛି ।

ସେପଟେ ଜବତ ବାଘ ଛାଲରେ ଗୁଳିମାଡର କ୍ଷତ ଚିହ୍ନ ରହିଛି । ଏଣୁ ବାଘକୁ ଗୁଳି କରି ଶିକାର କରାଯାଇଥିବା ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଖୋଲତାଡ ଆରମ୍ଭ କରିଛି ।  ଏହି ଘଟଣାରେ ଏସଟିଏଫ୍ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଭିତରୁ ସତ୍ୟବାନ ସାହୁ ପୂର୍ବରୁ ବାଘ ଶିକାରରେ ସଂପୃକ୍ତ ଥିଲା । ୨୦୧୮ ବରଗଡ଼ ଡିଭିଜନର ଭଟଲି ରେଞ୍ଜ ଅଧିନ ଖଜୁରିଆ ଗାଁରେ ଗୋଟିଏ ମହାବଳ ବାଘ ଶିକାର କରିବା ଅଭିଯୋଗରେ ଧରାପଡ଼ି ଜେଲ୍ ଯାଇଥିଲା। ଜେଲରୁ ଫେରିବା ପରେ ସତ୍ୟବାନ ପୁଣି ବାଘ ଶିକାର କରିଥିବା ଅଭିଯୋଗ ହୋଇଛି।

Related story