ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲା: ପ୍ରକାଶ ମିଶ୍ରଙ୍କୁ ଆଶ୍ୱସ୍ତି, ୩ ମାସ ମଧ୍ୟରେ ତଦନ୍ତ ସାରିବାକୁ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାୟଗଡା ଜିଲ୍ଲା ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ରାଜ୍ୟ ସରକାରଙ୍କ କାରଣ ଦର୍ଶାଅ ନୋଟିସ ଉପରେ ପ୍ରକାଶ ମିଶ୍ର କେନ୍ଦ୍ରୀୟ ପ୍ରାଶାସନିକ ଟ୍ରିବ୍ୟୁନାଲର ଆଶ୍ରୟ ନେଇଥିଲେ ଏବଂ ଶ୍ରୀ ମିଶ୍ରଙ୍କ ବିରୋଧରେ କାର୍ଯାନୁଷ୍ଠାନ ଉପରେ ଟ୍ରିବୁନାଲ୍  ରହିତାଦେଶ ଦେଇଥିଲେ। ତେବେ ଟ୍ରିବ୍ୟୁନାଲ ଗତ ଜୁଲାଇ ୨୯ ତାରିଖରେ ଏହାକୁ ଉଠାଇ ଦେବା ପରେ […]

itishree

itishree

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 07:05 AM IST

ନୂଆଦିଲ୍ଲୀ: ରାୟଗଡା ଜିଲ୍ଲା ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ରାଜ୍ୟ ସରକାରଙ୍କ କାରଣ ଦର୍ଶାଅ ନୋଟିସ ଉପରେ ପ୍ରକାଶ ମିଶ୍ର କେନ୍ଦ୍ରୀୟ ପ୍ରାଶାସନିକ ଟ୍ରିବ୍ୟୁନାଲର ଆଶ୍ରୟ ନେଇଥିଲେ ଏବଂ ଶ୍ରୀ ମିଶ୍ରଙ୍କ ବିରୋଧରେ କାର୍ଯାନୁଷ୍ଠାନ ଉପରେ ଟ୍ରିବୁନାଲ୍  ରହିତାଦେଶ ଦେଇଥିଲେ। ତେବେ ଟ୍ରିବ୍ୟୁନାଲ ଗତ ଜୁଲାଇ ୨୯ ତାରିଖରେ ଏହାକୁ ଉଠାଇ ଦେବା ପରେ ପ୍ରକାଶ ମିଶ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥଲେ। ୨୦୧୩ ଜୁଲାଇ ୩୧ରେ ଶିକ୍ଷୟିତ୍ରୀ ଇତିଶ୍ରୀ ତାଙ୍କ ସମସ୍ୟା ସମ୍ପର୍କରେ ସେତେବେଳର ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ଅବଗତ କରାଇଥିଲେ। ଏହା ଉପରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ପ୍ରକାଶ ମିଶ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଇତିଶ୍ରୀଙ୍କ ମୃତ୍ୟୁର ତଦନ୍ତ କରୁଥିବା ରାଜେଶ ବର୍ମା କମିଟି ସୁପାରିଶ କରିଥିଲା । ପ୍ରକାଶ ମିଶ୍ର ଏବେ ସିଆରପିଏଫର ଡିଜି ଭାବେ କାର୍ଯ୍ୟକରୁଛନ୍ତି।

mishra

ସେପଟେ ଏହି ମାମଲା ଉପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ୧୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିବା ବେଳେ ୮ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଉ ୩ ଜଣ ଦୋଷମୁକ୍ତ ହୋଇଥିବା ନେଇ ସତ୍ୟପାଠରେ କୋର୍ଟଙ୍କୁ  ଅବଗତ କରାଯାଇଛି । ତେବେ ପ୍ରକାଶ ମିଶ୍ର କେନ୍ଦ୍ରୀୟ ପ୍ରାଶାସନିକ ଟ୍ରିବ୍ୟୁନାଲରୁ ରହିତାଦେଶ ଆଣିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ।

ଅନ୍ୟପକ୍ଷରେ ଆଜିର ଶୁଣାଣି ବେଳେ ସିବିଆଇ ପକ୍ଷରୁ ତଦନ୍ତର ଅଗ୍ରଗତି ସମ୍ପର୍କରେ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ମାମଲର ତଦନ୍ତ ସାରିବାକୁ ସିବିଆଇ କୋର୍ଟଙ୍କ ନିକଟରେ ଆହୁରି ୬ ମାସ ଲୋଡିଥିଲେ । ତେବେ  ସୁପ୍ରିମକୋର୍ଟ ୩ ମାସ ମଧ୍ୟରେ ତଦନ୍ତ ସାରି ସମସ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ସିବିଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଜାନୁୟାରୀ ୨୦ ତାରିଖରେ ସୁପ୍ରିମକୋର୍ଟ ରାୟଗଡ଼ା ଜିଲ୍ଲା ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର  ଅଭିଯୁକ୍ତକୁ ଧରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଦୁଇମାସ ମଧ୍ୟରେ ରିପୋର୍ଟ ଦେବା ଲାଗି ସିବିଆଇକୁ ସୁପ୍ରିମକୋର୍ଟ କହିଥିଲେ।

ସୂଚନାଯୋଗ୍ୟ, ଟିକିରି ୟୁପି ସ୍କୁଲର ଶିକ୍ଷୟିତ୍ରୀ ଥିବା ପୁରୀ ଜିଲ୍ଲା ମୁନିନ୍ଦା ଗାଁର ଇତିଶ୍ରୀ ସେଠାକାର ସ୍କୁଲ୍ ଏସ୍ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେକ୍ସୁଆଲ୍ ହାରାସମେଣ୍ଟ ସେଲ୍ ଏହାର ତଦନ୍ତ କରୁଥିଲା। ୨୦୧୩ ଅକ୍ଟୋବର ୨୭ ରାତିରେ ଇତିଶ୍ରୀ ହଷ୍ଟେଲରେ ଥିବାବେଳେ କେହି ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ସେହିବର୍ଷ ନଭେମ୍ୱର ୧ରେ ସେ ପ୍ରାଣ ହରାଇଥିଲେ। ଏହି ଘଟଣାରେ ସ୍କୁଲ ଏସ୍ଆଇ ନେତ୍ରାନନ୍ଦ ଦଣ୍ଡସେନା, ଡିଆଇ ଧରଣୀଧର ବେହେରା, ଟିକିରି ଥାନା ଅଧିକାରୀ ସୁଜିତ ସାଏ ଓ ଏଏସ୍ଆଇ ମୁରଲୀଧର ପ୍ରଧାନ ଚାକିରିରୁ ବହିଷ୍କାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story