Advertisment

ଗାଁ ମୁହାଁ ପଶ୍ଚିମ ଓଡ଼ିଶାବାସୀ

ବଲାଙ୍ଗିର (ସସ୍ମିତା ସାହୁ): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ଏବେ ଗାଁ ମୁହାଁ। ରେଳ ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ଡରେ ଖଚାଖଚ ଭିଡ଼। ସମସ୍ତଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା। କେମିତି ଗାଁରେ ପହଞ୍ଚିବେ ଓ ପରିଜନଙ୍କ ସହ ମିଶି ନୂଆଁଖାଇ ପାଳନ କରିବେ। ପରିବାର ଲୋକଙ୍କ ସହ ନୂଆଁଖାଇ ପାଳନ କରିବାକୁ ଦୂରଦୂରାନ୍ତରେ ରହୁଥିବା ଲୋକେ ଘରକୁ ଫେରୁଛନ୍ତି। କିଏ ୫ ଦିନ ତ କିଏ ୧୦ ଦିନ ଛୁଟି […]

ଅଦ୍ୟତନ ହୋଇଛି
ଗାଁ ମୁହାଁ ପଶ୍ଚିମ ଓଡ଼ିଶାବାସୀ

b

Advertisment

ବଲାଙ୍ଗିର (ସସ୍ମିତା ସାହୁ): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ଏବେ ଗାଁ ମୁହାଁ। ରେଳ ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ଡରେ ଖଚାଖଚ ଭିଡ଼। ସମସ୍ତଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା। କେମିତି ଗାଁରେ ପହଞ୍ଚିବେ ଓ ପରିଜନଙ୍କ ସହ ମିଶି ନୂଆଁଖାଇ ପାଳନ କରିବେ।

Advertisment

ପରିବାର ଲୋକଙ୍କ ସହ ନୂଆଁଖାଇ ପାଳନ କରିବାକୁ ଦୂରଦୂରାନ୍ତରେ ରହୁଥିବା ଲୋକେ ଘରକୁ ଫେରୁଛନ୍ତି। କିଏ ୫ ଦିନ ତ କିଏ ୧୦ ଦିନ ଛୁଟି ଆଣିଛନ୍ତି। କେବଳ ଚାକିରିଆ ଲୋକେ ନୁହଁନ୍ତି, ବାହାରେ ଶ୍ରମିକ ଭାବେ କାମ କରୁଥିବା ଲୋକେ ବି ଘରକୁ ଫେରୁଛନ୍ତି।

b2କାହିଁ କେଉଁ କାଳରୁ ଏହି ପ୍ରଥା ରହି ଆସିଛି। କହିବାକୁ ଗଲେ, ଘର ବାହୁଡ଼ା ନୂଆଁଖାଇର ଏକ ପରମ୍ପରା ପାଲଟି ଯାଇଛି।

Advertisment

ପରିବାର ଲୋକେ ଫେରୁଥିବାରୁ ପରିଜନଙ୍କ ଭିଡ଼ ଦେଖିବାକୁ ମିଳୁଛି ରେଳ ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ଡରେ। ପୁଅ, ବୋହୂ, ନାତି, ନାତୁଣୀକୁ ପାଛୋଟି ନେବାକୁ କିଏ ଅନାଇ ବସିଛି ତ ଆଉ କିଏ ବାପା, ଦାଦା, ମାଆ, ଖୁଡ଼ିଙ୍କୁ। ସମସ୍ତଙ୍କ ଆଖି ଫେରୁଥିବା ଟ୍ରେନ୍‌ ଓ ବସ୍‌ ଉପରେ ରହିଛି। କାଳେ ସେଥିରୁ ସେମାନଙ୍କ ପରିଜନ ଲୋକେ ଓହ୍ଲାଇବେ।

b1ପଶ୍ଚିମ ଓଡ଼ିଶାର ଅନ୍ୟ ସହର ପରି ବଲାଙ୍ଗିରରେ ବି ଦେଖିବାକୁ ମିଳୁଛି ଘର ବାହୁଡ଼ା ଉତ୍ସାହ। ବାହାରେ ରହି ପଢୁଥିବା ଛାତ୍ରଛାତ୍ରୀ ଗାଁକୁ ଫେରୁଛନ୍ତି। ପରିବାର ଲୋକଙ୍କ ସହିତ ନୂଆଁ ଖାଇବେ, ତା’ପରେ ଆରମ୍ଭ ହେବ ଭେଟଘାଟ କାର୍ଯ୍ୟକ୍ରମ।

b3ବିଶେଷ କରି ଯୁବଗର୍ବଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହର ପରିବେଶ। ସାଙ୍ଗଙ୍କ ସହ ନୂଆଁଖାଇ ବାସି, ତିଆସି ପାଳନ କରିବା ସହିତ ମଉଜ ମଜଲିସ୍ କରିବା ପାଇଁ ବେଶି ଉତ୍ସାହିତ ଅଛନ୍ତି ଯୁବଗର୍ବ।

କିଛି କିଛି ଲୋକ ତ ଘରକୁ ଫେରି ଆସି ପରିବାର ଲୋକଙ୍କ ସହ ନୂଆଁଖାଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe