ନୂଆ ବିଧାୟକଙ୍କୁ ଟିପ୍ସ : ‘ସୁନା ଚେନ, ଗାଡ଼ି ଲୋଭ ଛାଡ଼ ’   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବ୍ରେକଫାଷ୍ଟରେ ଯୋଗ ଦେବାକୁ ଅନ୍ୟ ବିଧାୟକଙ୍କ ସମେତ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରୁ ଫେରିବା ପରେ ସେ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରେକଫାଷ୍ଟ ଟେବୁଲରେ ମୁଖ୍ୟ୍ୟମନ୍ତ୍ରୀ ନବନିର୍ବାଚିତ ବିଧାୟକଙ୍କୁ ଅର୍ଥ ଲୋଭି ନ ହେବା ପାଇଁ ପରାମର୍ଶ ଦେବା ସହ ସରଳ ଜୀବନଯାପନ କରିବାକୁ ବି କହିଛନ୍ତି। ଏହାବ୍ୟତୀତ ସେଠାରେ ଉପସ୍ଥିତ ଜଣେ ମନ୍ତ୍ରୀ ସୁନା ଚେନ୍, ଗାଡ଼ି […]

mla-1

Niharika Rout
  • Published: Wednesday, 03 July 2019
  • , Updated: 04 July 2019, 08:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବ୍ରେକଫାଷ୍ଟରେ ଯୋଗ ଦେବାକୁ ଅନ୍ୟ ବିଧାୟକଙ୍କ ସମେତ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରୁ ଫେରିବା ପରେ ସେ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରେକଫାଷ୍ଟ ଟେବୁଲରେ ମୁଖ୍ୟ୍ୟମନ୍ତ୍ରୀ ନବନିର୍ବାଚିତ ବିଧାୟକଙ୍କୁ ଅର୍ଥ ଲୋଭି ନ ହେବା ପାଇଁ ପରାମର୍ଶ ଦେବା ସହ ସରଳ ଜୀବନଯାପନ କରିବାକୁ ବି କହିଛନ୍ତି। ଏହାବ୍ୟତୀତ ସେଠାରେ ଉପସ୍ଥିତ ଜଣେ ମନ୍ତ୍ରୀ ସୁନା ଚେନ୍, ଗାଡ଼ି ଲୋଭ ଛାଡ଼ିବାକୁ ପ୍ରଥମ ଥର ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ପରାମର୍ଶ ଦେଇଥିଲେ।  ଲୋକଙ୍କ ଲାଗି କାମ କରିବାକୁ ମଧ୍ୟ ମିଳିଥିଲା ଉପଦେଶ।

ହେଲେ ସେ ମନ୍ତ୍ରୀଜଣକ କିଏ, ସେ ସମ୍ପର୍କରେ କେହି ବି କହିବାକୁ ରାଜି ନ ଥିବା ଜଣାଯାଇଛି। ବିଧାୟକ ଅଙ୍ଗଦଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ଏ ପ୍ରଶ୍ନ ପଚରାଯାଇଥିବା ବେଳେ ସେମାନେ ଏହାକୁ ହସି ହସି ଏଡାଇ ଯାଇଥିବା ଦେଖିବାକୁ ମିଳିଥିଲା।

Related story