ଟିଟିଲାଗଡ:ମରୁଡି ଘୋଷଣା ଦାବିରେ କୃଷକ ମଞ୍ଚର କଣ୍ଟାବାଞ୍ଜି ତହସିଲ ଘେରାଉ

ଟିଟିଲାଗଡ: ଟିଟିଲାଗଡ ଉପଖଣ୍ଡରେ ବର୍ଷା ଅଭାବରୁ ଅନେକ ସ୍ଥାନରେ ଗଜା ମରୁଡି ପରିସ୍ଥିତି ଉପୁଜିଛି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ୍ ମୁରିବାହାଲ, ବଙ୍ଗେ।ମୁଣ୍ଡା ଓ ତୁରେକେଲାକୁ ମରୁଡି ଅଞ୍ଚଳ ଘୋଷଣା କରିବା, ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ ଓ ଚାଷୀଙ୍କ ଋଣ ଛାଡ କରିବାକୁ ଦାବି ହେଉଛି। ଏହି ଦାବି ନେଇ ଆଜି କୃଷକ ମଞ୍ଚ ତରଫରୁ କଣ୍ଟାବାଞ୍ଜି ତହସିଲ ଘେରାଉ କରାଯାଇଥିଲା। ଆନ୍ଦୋଳନକାରୀ ଦାବି କରିଥିଲେ ଚଳିତବର୍ଷ କଣ୍ଟାବାଞ୍ଜି ଅଞ୍ଚଳରେ ଭଲ ବର୍ଷା ହୋଇ […]

titilagada

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 09:46 AM IST

ଟିଟିଲାଗଡ: ଟିଟିଲାଗଡ ଉପଖଣ୍ଡରେ ବର୍ଷା ଅଭାବରୁ ଅନେକ ସ୍ଥାନରେ ଗଜା ମରୁଡି ପରିସ୍ଥିତି ଉପୁଜିଛି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ୍ ମୁରିବାହାଲ, ବଙ୍ଗେ।ମୁଣ୍ଡା ଓ ତୁରେକେଲାକୁ ମରୁଡି ଅଞ୍ଚଳ ଘୋଷଣା କରିବା, ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ ଓ ଚାଷୀଙ୍କ ଋଣ ଛାଡ କରିବାକୁ ଦାବି ହେଉଛି। ଏହି ଦାବି ନେଇ ଆଜି କୃଷକ ମଞ୍ଚ ତରଫରୁ କଣ୍ଟାବାଞ୍ଜି ତହସିଲ ଘେରାଉ କରାଯାଇଥିଲା। ଆନ୍ଦୋଳନକାରୀ ଦାବି କରିଥିଲେ ଚଳିତବର୍ଷ କଣ୍ଟାବାଞ୍ଜି ଅଞ୍ଚଳରେ ଭଲ ବର୍ଷା ହୋଇ ନ ଥିବାରୁ ଚାଷ ଉଜୁଡି ଯିବାକୁ ବସିଛି । ଏଭଳି ସ୍ଥଳରେ କୃଷି ବୀମାର ତାରିଖ ବୃଦ୍ଧି, ୠଣ ଛାଡ଼ ସହିତ ଚାଷୀଙ୍କୁ ସହାୟତା ଭଳି ୫ ଦଫା ଦାବି ନେଇ ଆନ୍ଦୋଳନ କାରାଯାଇଥିଲା। ଶୀଘ୍ର ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ  ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କୃଷକ ମଞ୍ଚ ପକ୍ଷରୁ କୁହାଯାଇଛି।

Related story