ପାଇଖାନା ଟାଙ୍କି ସଫା କରିବାକୁ ଯାଇଥିଲେ, ଚାଲିଗଲା ଜୀବନ

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି): ପାଇଖାନା ଟାଙ୍କି ସଫା କରିବାକୁ ଯାଇଥିଲେ। ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଯୁବକଙ୍କ ଜୀବନ। ଅନ୍ୟ ୨ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ଘଟଣା ଟିଟିଲାଗଡ଼ ଟାଉନ୍‌ ହିନ୍ଦୀ ସ୍କୁଲ ଛକ ନିକଟରେ ଘଟିଛି। ଲିଳାଧାର ରତେଇ ନିଜ ଘରେ ନୂଆ ପାଇଖାନା ଟାଙ୍କି ନିର୍ମାଣ କରିଥିଲେ। ଆଜି ସେହି ଟାଙ୍କିରେ ପଡିଥିବା କାଠ, ଡାଳ ଓ ଆବର୍ଜନା ସଫା କରାଯାଉଥିଲା। ପାଇଖାନା ସଫା କରିବା ପାଇଁ […]

Titilagarh

Manoranjan Sial
  • Published: Wednesday, 04 August 2021
  • , Updated: 04 August 2021, 08:22 PM IST

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି): ପାଇଖାନା ଟାଙ୍କି ସଫା କରିବାକୁ ଯାଇଥିଲେ। ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଯୁବକଙ୍କ ଜୀବନ। ଅନ୍ୟ ୨ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ଘଟଣା ଟିଟିଲାଗଡ଼ ଟାଉନ୍‌ ହିନ୍ଦୀ ସ୍କୁଲ ଛକ ନିକଟରେ ଘଟିଛି।

ଲିଳାଧାର ରତେଇ ନିଜ ଘରେ ନୂଆ ପାଇଖାନା ଟାଙ୍କି ନିର୍ମାଣ କରିଥିଲେ। ଆଜି ସେହି ଟାଙ୍କିରେ ପଡିଥିବା କାଠ, ଡାଳ ଓ ଆବର୍ଜନା ସଫା କରାଯାଉଥିଲା। ପାଇଖାନା ସଫା କରିବା ପାଇଁ ଲିଳାଧାରଙ୍କ ସମେତ ୩ ଯୁବକ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି କେହି ବାହାରକୁ ଆସିନଥିଲେ। ପରେ ଏନେଇ ଟିଟିଲାଗଡ଼ ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କି ଭିତରୁ ୩ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଟିଟିଲାଗଡ ହସ୍ପିଟାଲ ଭର୍ତ୍ତି କରିଥିଲେ। ସେଠାରେ ଟଙ୍କ ବାଗଙ୍କୁ ମୃତ ଘୋଷଣା କରାଯାଇଥିଲା।

ତେବେ ଘର ମାଲିକ ଲିଳାଧାର ରତେଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତୃତୀୟ ଅସୁସ୍ଥ ହେମରାଜ ବିଶ୍ୱାଳ। ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

Related story