ଟିଟିଲାଗଡ଼: କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଟିଟିଲାଗଡ: କଣ୍ଟାବାଞ୍ଜି ଥାନା ସର୍ଗିଗୁଡା ଗାଁରେ ଗତକାଲି ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ହସପିଟାଲରେ ଭର୍ତ୍ତି କରିଛନ୍ତି । ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଞ୍ଚାୟତ ସର୍ଗିଗୁଡା ଗାଁର ଯୁଧିଷ୍ଠିର ପୁଟେଲ ନିଜ ୪ ଏକର ଜମିରେ ଧାନ ସହ ପନିପରିବା ଚାଷ କରିଥିଲେ । ଏଥିପାଇଁ ସେ ସେବା ସମବାୟ ବ୍ୟାଙ୍କରୁ ୫୦ ହଜାର ଓ […]

titilagarh

Rakesh Mallick
  • Published: Thursday, 22 October 2015
  • , Updated: 22 October 2015, 10:06 AM IST

ଟିଟିଲାଗଡ: କଣ୍ଟାବାଞ୍ଜି ଥାନା ସର୍ଗିଗୁଡା ଗାଁରେ ଗତକାଲି ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ହସପିଟାଲରେ ଭର୍ତ୍ତି କରିଛନ୍ତି ।

ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଞ୍ଚାୟତ ସର୍ଗିଗୁଡା ଗାଁର ଯୁଧିଷ୍ଠିର ପୁଟେଲ ନିଜ ୪ ଏକର ଜମିରେ ଧାନ ସହ ପନିପରିବା ଚାଷ କରିଥିଲେ । ଏଥିପାଇଁ ସେ ସେବା ସମବାୟ ବ୍ୟାଙ୍କରୁ ୫୦ ହଜାର ଓ ସେଣ୍ଟ୍ରାଲ ବ୍ୟାଙ୍କରୁ ୩୦ ହଜାର ଟଙ୍କା ଋଣ କରିଥିଲେ । ମାତ୍ର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଇଥିଲା । ଏପରି ସ୍ଥିତିରେ ଋଣ ଶୁଝିବା ଚିନ୍ତାରେ ସେ ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଚାଷ ଜମିକୁ ଯାଇ କୀଟନାଶକ ପିଇ ଦେଇଥିଲେ ।

Related story