ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ: ଜନଜୀବନ ଅସ୍ତବ୍ୟସ୍ତ

ଟିଟିଲାଗଡ: ଗତ ତିନି ଦିନ ହେଲାଣି ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ରହି ଆସୁଛି। ଗତ ଦୁଇ ଦିନ ଧରି ଏଠାକାର ତାପମାତ୍ରା ଓଡ଼ିଶାରେ ସର୍ବାଧିକ ରହିଥିଲା। ମଙ୍ଗଳବାର ଟିଟିଲାଗଡ଼ର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା। ତେବେ ଆଜି ତାପମାତ୍ରା ୪୪ଡିଗ୍ରୀ ଛୁଇଁଛି। ସେହିପରି ସୋମବାର ଏଠାରେ ପାରଦ ୪୧.୫ ଡିଗ୍ରୀ ରହିଥିଲା।

Grabbed Frame 6

Grabbed Frame 6

Rakesh Mallick
  • Published: Wednesday, 20 May 2015
  • , Updated: 20 May 2015, 12:19 PM IST

ଟିଟିଲାଗଡ: ଗତ ତିନି ଦିନ ହେଲାଣି ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ରହି ଆସୁଛି। ଗତ ଦୁଇ ଦିନ ଧରି ଏଠାକାର ତାପମାତ୍ରା ଓଡ଼ିଶାରେ ସର୍ବାଧିକ ରହିଥିଲା। ମଙ୍ଗଳବାର ଟିଟିଲାଗଡ଼ର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା। ତେବେ ଆଜି ତାପମାତ୍ରା ୪୪ଡିଗ୍ରୀ ଛୁଇଁଛି। ସେହିପରି ସୋମବାର ଏଠାରେ ପାରଦ ୪୧.୫ ଡିଗ୍ରୀ ରହିଥିଲା।Grabbed Frame

୨୦୧୨ ମେ’ ୩୧ ତାରିଖ, ୨୦୧୩ ମେ’ ୨୪ ଓ ୨୦୧୪ ମେ’ ୧୮ ତାରିଖରେ ଟିଟିଲାଗଡ଼ରେ ତାପମାତ୍ରା ୪୭ ଡିଗ୍ରୀ ରହିଥିଲା। ଚଳିତ ବର୍ଷ ଏଠାରେ ଏବେସୁଦ୍ଧା ସବୁଠୁ ଅଧିକ ତାପମାତ୍ରା ଗତକାଲି ରହିଥିଲା। ଗତକାଲି ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା। ଆଜିର ତାପମାତ୍ରା ଖବର ସୁଦ୍ଧା ମିଳି ନଥିଲା। ତେବେ ଏହା ସେହି ୪୩ ଡିଗ୍ରୀ ପାଖାପାଖି ଅବା ତା’ଠାରୁ ଅଧିକ ରହିଥିବ ବୋଲି ଅନୁମାନ କରାଯାଉଛି। ଦିନ ୧୧ଟାରୁ ରାସ୍ତାଘାଟ ପ୍ରାୟ ଶୂନଶାନ୍ ହୋଇଯାଇଥିଲା। ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତାରେ କାଁଭାଁ ଲୋକ ଯିବାଆସିବା କରୁଥିଲେ। ଖରାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ସାଢ଼ ୧୧ଟା ପରେ ଶ୍ରମିକ ମାନଙ୍କୁ କାମ କରିବାକୁ ବାରଣ କରାଯାଇଛି। ଦିପହର ସମୟରେ ବସ୍ ଚଳାଚଳ କରିବାକୁ ମନା କରାଯାଇଛି। ସେହିଭଳି ବିଡିଓ ଓ ତହସିଲଦାରଙ୍କୁ ଅଂଶୁଘାତ ଇତ୍ୟାଦି ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିଟିଲାଗଡ଼ ଡାକ୍ତରଖାନାରେ ବାତାନୁକୁଳ କଠୋରୀ ସହିତ ଅଂଶୁଘାତ ଆଦି ପାଇଁ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି ବୋଲି ଉପଜିଲ୍ଳାପାଳ କୈଳାସ ଚନ୍ଦ୍ର ସାହୁ କହିଛନ୍ତି।Grabbed Frame 5

ତେବେ ଗୋଟିଏ ପଟେ ଟିଟିଲାଗଡ଼ରେ ତାପମାତ୍ରା ବଢୁଥିବା ବେଳେ ଅନ୍ୟପଟରେ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ୍ କଷ୍ଟକୁ ଦ୍ୱିଗୁଣିତ କରି ଦେଇଛି। ପୁଣି ଖରା ବଢ଼ିବା ସହିତ ପାନୀୟ ଜଳ ସଂକଟ ମଧ୍ୟ ଦେଖା ଦେଇଛି।

 

 

Related story