୭ଟି ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ୪୧.୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଭବାନୀପାଟଣା ୪୧ ଡିଗ୍ରୀ, ସୋନପୁର ୪୧ ଡିଗ୍ରୀ, ମାଲକାନଗିରିରେ ୪୦.୫ ଡିଗ୍ରୀ, ସମ୍ବଲପୁରରେ ୪୦.୪ ଡିଗ୍ରୀ, ବଲାଙ୍ଗିରରେ ୪୦.୪ ଡିଗ୍ରୀ, ଓ ବୌଦ୍ଧର ତାପମାତ୍ରା ୪୦ ଡିଗ୍ରୀ ରହିଛି। ସେପଟେ ଆଉ ଦିନ କେଇଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତା’ପରେ ଓଡ଼ିଶାକୁ ଆସିବ ମୌସୁମୀ। ନିର୍ଦ୍ଧିଷ୍ଟ […]

Heat Wave

Manoranjan Sial
  • Published: Monday, 31 May 2021
  • , Updated: 31 May 2021, 08:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ୪୧.୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଭବାନୀପାଟଣା ୪୧ ଡିଗ୍ରୀ, ସୋନପୁର ୪୧ ଡିଗ୍ରୀ, ମାଲକାନଗିରିରେ ୪୦.୫ ଡିଗ୍ରୀ, ସମ୍ବଲପୁରରେ ୪୦.୪ ଡିଗ୍ରୀ, ବଲାଙ୍ଗିରରେ ୪୦.୪ ଡିଗ୍ରୀ, ଓ ବୌଦ୍ଧର ତାପମାତ୍ରା ୪୦ ଡିଗ୍ରୀ ରହିଛି।

ସେପଟେ ଆଉ ଦିନ କେଇଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତା’ପରେ ଓଡ଼ିଶାକୁ ଆସିବ ମୌସୁମୀ। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଓଡ଼ିଶା ଆକାଶରେ ପ୍ରାକ ମୌସୁମୀର ସଙ୍କେତ ଦେଖିବାକୁ ମିଳିଲାଣି। ଏନେଇ ଏକ ଟ୍ୱିଟ୍ କରି ଦର୍ଶାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ତେବେ ଗତ କିଛି ଦିନ ହେଲା ଓଡ଼ିଶାରେ ଜାରି ରହିଛି ପ୍ରବଳ ଗୁଳୁଗୁଳି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହୁଥିବା ବେଳେ ପ୍ରଚୁର ଜଳୀୟବାଷ୍ପ ଯୋଗୁ ଏଭଳି ଗୁଳୁଗୁଳି ଅନୁଭୂତ ହେଉଛି।

IMDର କହିବା କଥା, ଆସନ୍ତା ୩ରୁ ୪ ଦିନ ଧରି ଏଭଳି ଗୁଳୁଗୁଳି ଅନୁଭୁତ ହେବ। ସେପଟେ ଆସନ୍ତା ୪ ଦିନ ଯାଏଁ ଏକାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ। ଆସନ୍ତାକାଲିଠୁ ୪ ତାରିଖ ଯାଏଁ ଅନେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related story