ଟିଟିଲାଗଡ଼ରେ ମୃତଦେହକୁ ଅସମ୍ମାନ

ଟିଟିଲାଗଡ଼: ସୋର ପରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଶବକୁ ଅସମ୍ମାନ କରାଯାଇଛି। ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ବସ୍ତାରେ ପୂରାଇ ଧଳା ଲୁଗା ଗୋଡ଼ାଇ ନିଆଯାଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଟିଟିଲାଗଡ଼ ଶିକିର ରେଳ ଲାଇନ୍‌ର ନାନାଝର ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ୍‌ରୁ ଖସିପଡ଼ି ପ୍ରାଣ ହରାଇଥିଲେ। ଆଜି ଜିଆରପି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଜଣେ ବୃଦ୍ଧ ଓ ବୃଦ୍ଧାଙ୍କ ସହାୟତାରେ ମୃତଦେହକୁ ଅଖାରେ ପୂରାଇ ଧଳା କନା ଗୋଡ଼ାଇ ଦଉଡିରେ ବାନ୍ଧି ଟ୍ରେନ୍‌ରେ […]

death body

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 09:22 PM IST

ଟିଟିଲାଗଡ଼: ସୋର ପରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଶବକୁ ଅସମ୍ମାନ କରାଯାଇଛି। ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ବସ୍ତାରେ ପୂରାଇ ଧଳା ଲୁଗା ଗୋଡ଼ାଇ ନିଆଯାଇଥିବା ଦେଖିବାକୁ ମିଳିଛି।

ଗତକାଲି ରାତିରେ ଟିଟିଲାଗଡ଼ ଶିକିର ରେଳ ଲାଇନ୍‌ର ନାନାଝର ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ୍‌ରୁ ଖସିପଡ଼ି ପ୍ରାଣ ହରାଇଥିଲେ। ଆଜି ଜିଆରପି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଜଣେ ବୃଦ୍ଧ ଓ ବୃଦ୍ଧାଙ୍କ ସହାୟତାରେ ମୃତଦେହକୁ ଅଖାରେ ପୂରାଇ ଧଳା କନା ଗୋଡ଼ାଇ ଦଉଡିରେ ବାନ୍ଧି ଟ୍ରେନ୍‌ରେ ନେଇଥିଲେ।  ଏପରି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Related story