ଗ୍ୟାଙ୍ଗ୍‌ଷ୍ଟର ଟିଟୋକୁ ଏନ୍‌କାଉଣ୍ଟର; ପତ୍ନୀ ଦେଲେ ଚାଞ୍ଚଲ୍ୟକର ବୟାନ

କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍‌ ଉସ୍‌ମାନ ଅଲି ଆଜି ଏନ୍‌କାଉଣ୍ଟରରେ ଆହତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଏହି ଏନ୍‌କାଉଣ୍ଟର କରିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା।  ଟିଟୋର ବାମ ଗୋଡ଼ର ଆଣ୍ଠୁ ତଳେ ଗୁଳି ବାଜିଛି। ତାକୁ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାକୁ କଟକ ବଡ଼ ଡାକ୍ତରଖାରନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଟିଟୋଙ୍କ ପତ୍ନୀ ପୋଲିସ୍ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। […]

aaaa

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 07:33 PM IST

କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍‌ ଉସ୍‌ମାନ ଅଲି ଆଜି ଏନ୍‌କାଉଣ୍ଟରରେ ଆହତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଏହି ଏନ୍‌କାଉଣ୍ଟର କରିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା।  ଟିଟୋର ବାମ ଗୋଡ଼ର ଆଣ୍ଠୁ ତଳେ ଗୁଳି ବାଜିଛି। ତାକୁ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାକୁ କଟକ ବଡ଼ ଡାକ୍ତରଖାରନାକୁ ସ୍ଥାନାନ୍ତର କରାଯାଇଛି।

ତେବେ ଟିଟୋଙ୍କ ପତ୍ନୀ ପୋଲିସ୍ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଟିଟୋ ଆଜି ଘର ସମ୍ମୁଖ ତାଙ୍କ ଅଫିସ୍‌ରେ ବସିଥିଲେ। ପ୍ରାୟ ଦୁଇଟା ବେଳେ ମୁଁ ତାଙ୍କୁ ଖାଇବା ପାଇଁ ଡାକିଥିଲି। ଟିକେ ପରେ ଆସିବେ ବୋଲି କହିଥିଲେ। କିନ୍ତୁ ସେତେବେଳେ ତିନୋଟି ବାଇକ୍‌ରେ ୮ ଜଣ ଲୋକ ଆସି ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ। ସେମାନେ ତାଙ୍କୁ ଡାକି ନେଇଥିଲେ। ଏହା ପରେ ଏକ ଗାଡ଼ି ଆସିଥିଲା। ସେଥିରେ ଦୁଇ ତିନି ଜଣ ବସିଥିଲେ। ସେମାନେ ତାଙ୍କୁ ସେଥିରେ ନେଇ ଯାଇଥିଲେ। ପରେ ଆମେ ଶୁଣିଲୁ ତାଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ତାଙ୍କୁ ଅଫିସ୍‌ରୁ ଡାକି ନିଆଯିବାର ଭିଡିଓ ଘରେ ଲାଗିଥିବା ସିସିଟିଭିରେ ରହିଛି।

ଟିଟୋଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ପୂର୍ବରୁ ସେ ଅପରାଧୀ ଥିଲେ। ଏବେ କିନ୍ତୁ ନାହାଁନ୍ତି। ୫ ବର୍ଷ ହେଲାଣି ଏ ଧନ୍ଦା ଛାଡ଼ି ଦେଲେଣି। ଖରାପ ଥିଲା ବେଳେ ପୋଲିସ୍ କିଛି କଲାନି। ଏବେ ସେ ଭଲ ହୋଇଯାଇଥିବା ବେଳେ ପୋଲିସ୍ ତାଙ୍କ ବିରୋଧରେ ଏମିତି ପଦକ୍ଷେପ ନେଉଛି।

ସ୍ୱାମୀଙ୍କୁ ଦେଖିବାକୁ ଦିଆଯାଉ ନାହିଁ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

Related story