ତ୍ରୁଣମୂଳ କଂଗ୍ରେସ ଛାଡିଲେ, ହାତକୁ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ଓ ପ୍ରାଥମିକ ସଭ୍ୟ ପଦରୁ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଇସ୍ତଫା ଦେଇଛନ୍ତି। ଏଣିକି କଂଗ୍ରେସରେ ଯୋଗଦେବେ ଆର୍ଯ୍ୟ। ନବନିଯୁକ୍ତ ପିସିସି ସଭାପତିଙ୍କ ହାତମୁଠା ଟାଣ କରିବା ଉଦ୍ଦେଶ୍ୟରେ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ସ୍ଥାନୀୟ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ନିଜର ଇସ୍ତଫା ପତ୍ର ସେ ରାଷ୍ଟ୍ରୀୟ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ଡାକ ଯୋଗେ ପଠାଇ ଦେଇଛନ୍ତି। ଖୁବ୍‌ଶୀଘ୍ର କଂଗ୍ରେସର […]

congress

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 08:17 AM IST

ଭୁବନେଶ୍ୱର: ରାଜ୍ୟ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ଓ ପ୍ରାଥମିକ ସଭ୍ୟ ପଦରୁ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଇସ୍ତଫା ଦେଇଛନ୍ତି। ଏଣିକି କଂଗ୍ରେସରେ ଯୋଗଦେବେ ଆର୍ଯ୍ୟ। ନବନିଯୁକ୍ତ ପିସିସି ସଭାପତିଙ୍କ ହାତମୁଠା ଟାଣ କରିବା ଉଦ୍ଦେଶ୍ୟରେ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ସ୍ଥାନୀୟ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ନିଜର ଇସ୍ତଫା ପତ୍ର ସେ ରାଷ୍ଟ୍ରୀୟ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ଡାକ ଯୋଗେ ପଠାଇ ଦେଇଛନ୍ତି।

ଖୁବ୍‌ଶୀଘ୍ର କଂଗ୍ରେସର ନିଷ୍ପତ୍ତି ମୁତାବକ ସେ କଂଗ୍ରେସରେ ଯୋଗଦେବେ । ରାଜ୍ୟରେ ବିଜେଡି ସରକାର ୧୯ ବର୍ଷର ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର, କୃଷକ ଆତ୍ମହତ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟରେ ଅଧୋଗତି, ମହିଳାମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଆଦି ପ୍ରସଙ୍ଗ ଲୋକଲୋଚନକୁ ଆଣିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସେ କଂଗ୍ରେସ ଦଳର ପ୍ରମୁଖ ମୁଖପାତ୍ର ଥିଲେ।

 

Related story