ଓବିସି ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଓବିସି କମିଶନ ଗଠନ କଲେ। ରାଜ୍ୟ ସରକାର ରାଜ୍ୟର ଏହି ବହୁ ସଂଖ୍ୟକ ଗୋଷ୍ଠିକୁ ସେମାନଙ୍କ କାର୍ଯ୍ୟ ଅଧିକାର ଦେବା ପାଇଁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ଦୀର୍ଘ ୩୦ ବର୍ଷ ଧରି ଓଡ଼ିଶାର ଓବିସି  ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି। ଚାକିରି ଓ […]

dharmendra-1--1

dharmendra-1--1

Niharika Rout
  • Published: Thursday, 13 February 2020
  • Updated: 13 February 2020, 02:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଓବିସି କମିଶନ ଗଠନ କଲେ। ରାଜ୍ୟ ସରକାର ରାଜ୍ୟର ଏହି ବହୁ ସଂଖ୍ୟକ ଗୋଷ୍ଠିକୁ ସେମାନଙ୍କ କାର୍ଯ୍ୟ ଅଧିକାର ଦେବା ପାଇଁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ଦୀର୍ଘ ୩୦ ବର୍ଷ ଧରି ଓଡ଼ିଶାର ଓବିସି  ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି। ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ସତ୍ତ୍ୱେ ଏହି ସମାଜକୁ ସେମାନଙ୍କ ଅଧିକାର ଦିଆଯାଇ ନାହିଁ।   ରାଜ୍ୟ ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ସଂରକ୍ଷଣ ଦେଇ ସେମାନଙ୍କୁ ସମ୍ବିଧାନ ଅଧିକାର ଦେବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ ମାଧ୍ୟମରେ ମତବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ପରେ ପରେ ରାଜ୍ୟ ସରକାର ପୁଣିଥରେ ଓବିସି କମିଶନ ପୁର୍ନଗଠନ କରିଛନ୍ତି। କମିଶନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିଛି। କମିଶନର ସଦସ୍ୟ ଭାବେ ପ୍ରଫେସର ନବୀନ ରଥ, ପ୍ରଫେସର ମିତାଲି ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ରଙ୍କୁ ମନୋନୀତ କରାଯାଇଥିବାବେଳେ କମିଶନ ସଦସ୍ୟ ସଚିବ ଭାବେ ଆଇଏଏସ ଅଫିସର ବୀରବିକ୍ରମ ଯାଦବ କାର୍ଯ୍ୟ କରିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos