ରତ୍ନଭଣ୍ଡାର ଚାବି ହଜିବା ଘଟଣା: ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି। ସବୁ ଜିଲ୍ଲା ଓ ଉପଖଣ୍ଡରେ ଜନ ଜାଗରଣ ନାଁରେ ବିକ୍ଷୋଭ କରିବ ଦଳ।  ଆସନ୍ତାକାଲିଠୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ ସହ ଏତଲା ଦେବ ଦଳ।  ଏହାସହ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରାଯିବ। ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦରେ ରାଜ୍ୟବ୍ୟାପୀ ଦଳ ଆନ୍ଦୋଳନ କରିବ ବୋଲି ୩ ଦିନ ତଳେ […]

BJP

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 08:06 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି। ସବୁ ଜିଲ୍ଲା ଓ ଉପଖଣ୍ଡରେ ଜନ ଜାଗରଣ ନାଁରେ ବିକ୍ଷୋଭ କରିବ ଦଳ।  ଆସନ୍ତାକାଲିଠୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ ସହ ଏତଲା ଦେବ ଦଳ।  ଏହାସହ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରାଯିବ।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦରେ ରାଜ୍ୟବ୍ୟାପୀ ଦଳ ଆନ୍ଦୋଳନ କରିବ ବୋଲି ୩ ଦିନ ତଳେ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ସୂଚନା ଦେଇଥିଲେ। ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ ସମାଲୋଚନା କରି ଦଳ ଅଭିଯୋଗ କରି କହିଥିଲା ଯେ, ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ହୀନ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ନିଜର ଅପାରଗତାକୁ ଲୁଚାଇବା ପାଇଁ ଗଜପତି ମହାରାଜଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସମ୍ପୂର୍ଣ୍ଣ ନିନ୍ଦନୀୟ।

ଅନ୍ୟପକ୍ଷରେ ରତ୍ନଭଣ୍ଡାରର ଚାବି ହଜିନାହିଁ ବରଂ ହଜାଇ ଦିଆଯାଇଛି। ତେଣୁ ଏହାର ସିବିଆଇ ତଦନ୍ତ କରିବାକୁ ଗତକାଲି ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରତାପ ଷଡଙ୍ଗୀ ଦାବି କରିଥିଲେ।

Related story