- Videos
- Odisha
- କାଳବୈଶାଖୀ ସତର୍କତା: ୨୪ ଘଣ୍ଟା ପର୍ଯ୍ୟନ୍ତ ମେଘୁଆ ରହିବ ଆକାଶ
କାଳବୈଶାଖୀ ସତର୍କତା: ୨୪ ଘଣ୍ଟା ପର୍ଯ୍ୟନ୍ତ ମେଘୁଆ ରହିବ ଆକାଶ
- Published: Thursday, 24 May 2018
- , Updated: 24 May 2018, 11:04 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କାଳବୈଶାଖୀ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆକାଶ ମେଘାଛନ୍ନ ରହିବ। ଏହାସହ ଘଡ଼ଘଡ଼ି ଓ କୂଆପଥର ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଘଣ୍ଟାପ୍ରତି ୪୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।</p>
<p>ଗତକାଲି ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହୋଇଥିଲା। ତେବେ ଟିଟଲାଗଡରେ କିନ୍ତୁ ପାରଦ ୪୧.୫ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା।</p>