ମୁଖ୍ୟମନ୍ତ୍ରୀଙ୍କ ସମ୍ୱଲପୁର ଗସ୍ତ ପୂର୍ବରୁ ୧୦ ବିଜେପି କର୍ମୀ ଅଟକ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ୱଲପୁର ଗସ୍ତରେ ଯିବେ। ଏହା ପୂର୍ବରୁ ପୋଲିସ ୧୦ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି। ସମ୍ବଲପୁରରେ ଆଜି ଉଦ୍‌ଘାଟନ ହେବ ହୀରାକୁଦ ଜଳଭଣ୍ଡାର ଉପରେ ନବନିର୍ମିତ ସପ୍ନେ ସେତୁ। ମୁଖ୍ୟମନ୍ତ୍ରୀ ଏହି ସେତୁର ଉଦଘାଟନ କରିବେ। ୧୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅଢ଼େଇ କିଲୋମିଟର ଦୀର୍ଘ ଏହି ସେତୁ ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ମଧ୍ୟରେ ଗମନାଗମନ ଆହୁରି ସୁଗମ ହୋଇପାରିବ। […]

naveen-patnaik

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 09:54 AM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ୱଲପୁର ଗସ୍ତରେ ଯିବେ। ଏହା ପୂର୍ବରୁ ପୋଲିସ ୧୦ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି। ସମ୍ବଲପୁରରେ ଆଜି ଉଦ୍‌ଘାଟନ ହେବ ହୀରାକୁଦ ଜଳଭଣ୍ଡାର ଉପରେ ନବନିର୍ମିତ ସପ୍ନେ ସେତୁ। ମୁଖ୍ୟମନ୍ତ୍ରୀ ଏହି ସେତୁର ଉଦଘାଟନ କରିବେ। ୧୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅଢ଼େଇ କିଲୋମିଟର ଦୀର୍ଘ ଏହି ସେତୁ ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ମଧ୍ୟରେ ଗମନାଗମନ ଆହୁରି ସୁଗମ ହୋଇପାରିବ।

ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ IIM ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ  ମଧ୍ୟ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ପରେ ସେଠାରୁ ରେଙ୍ଗାଲି ଯାଇ ରେଙ୍ଗାଲି-ସପ୍ନେ ବାଇପାସ୍ ରୋଡ୍‌ର ଶିଳାନ୍ୟାସ କରିବେ। ଯୋଗିପାଲିଠାରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Related story