ଆଜି କଂଗ୍ରେସର ବିଶ୍ୱାସଘାତ ଦିବସ
- Published: Saturday, 26 May 2018
- , Updated: 26 May 2018, 08:05 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କଂଗ୍ରେସ ଆଜି ଦିନକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରୁଛି। ଦଳ ଅଭିଯୋଗ କରିଛି ଯେ ୪ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନିଜେ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ପ୍ରତ୍ୟେକ ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ହେଉ କି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କଥା ହେଉ, ଏନ୍‌ଡିଏ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଚାଷୀ ସଂକଟରେ ପଡ଼ିଥିବା ବେଳେ ଦେଶର ସୁରକ୍ଷା ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଦୁର୍ବଳ ହୋଇଛି ଦେଶର ଅର୍ଥନୀତି।</p>
<p>ସେହିପରି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଉପରେ ବଢ଼ିଛି ଅତ୍ୟାଚାର। ମୋଦି ନିଜ ପ୍ରତିଶ୍ରୁତି ପୂରଣ କରିନଥିବାରୁ ସାରା ଦେଶରେ କଂଗ୍ରେସ ବିଶ୍ୱାସଘାତ ଦିବସ ପାଳନ କରୁଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏଥିପାଇଁ ଆଜି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଭୁବନେଶ୍ୱର ଆସୁଛନ୍ତି।</p>