ଆଜି ପବିତ୍ର ଇଦ୍-ଉଲ୍-ଜୁହା

ଭଦ୍ରକ/ରାଉରକେଲା(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଇଦ୍-ଉଲ୍-ଜୁହା। ମୁସଲିମ୍ ସଂପ୍ରଦାୟର ଏହି ପର୍ବକୁ ପାଳନ କରିବା ପାଇଁ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଏନେଇ ଭଦ୍ରକ ସହର ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇ ଉଠିଛି। ସହରର ପେଣ୍ଠସ୍ଥଳରେ ଥିବା ଇଦଗା, ମସଜିଦ ଭଳି ପ୍ରମୁଖ ପ୍ରାର୍ଥନା ପୀଠକୁ ସଜାଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ସହରାଞ୍ଚଳ […]

ctc

Jyoshna Pradhan
  • Published: Monday, 12 August 2019
  • , Updated: 12 August 2019, 07:53 AM IST

ଭଦ୍ରକ/ରାଉରକେଲା(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଇଦ୍-ଉଲ୍-ଜୁହା। ମୁସଲିମ୍ ସଂପ୍ରଦାୟର ଏହି ପର୍ବକୁ ପାଳନ କରିବା ପାଇଁ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଏନେଇ ଭଦ୍ରକ ସହର ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇ ଉଠିଛି। ସହରର ପେଣ୍ଠସ୍ଥଳରେ ଥିବା ଇଦଗା, ମସଜିଦ ଭଳି ପ୍ରମୁଖ ପ୍ରାର୍ଥନା ପୀଠକୁ ସଜାଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ସହରାଞ୍ଚଳ , ଧାମନଗର ଏବଂ ଗ୍ରାମାଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସେହିପରି ଇଦ୍‌କୁ ନେଇ ରାଉରକେଲାରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରର ଇଦଗା ମୈଦାନ , ଜାମା ମସଜିଦ, ନୂର ମସଜିଦ, ସେକ୍ଟର ୧୫, କୋଏଲ ନଗର ଓ ମାଲଗୋଦାମ ଆଦି ଅଞ୍ଚଳରେ ନମାଜ ପାଠ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ଲାଣ୍ଟ ସାଇଟ୍ ଅଞ୍ଚଳରେ ଥିବା ଇଦଗା ମୈଦାନରେ ସାମୁହିକ ଭାବେ ନମାଜ ପାଠ ହେବାକୁ ଥିବାରୁ ଏଥିଲାଗି ବିଶେଷ ବ୍ୟବସ୍ଥା କରାଯାଇଛି।

Related story