ଆଜି ଗୁଡ ଫ୍ରାଇଡେ

Ordigital Desk
  • Published: Friday, 30 March 2018
  • , Updated: 30 March 2018, 08:10 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ଗୁଡ ଫ୍ରାଇଡେ। ବାଇବେଲ୍&zwnj; ଅନୁଯାୟୀ ଆଜିର ଦିନରେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ପ୍ରଭୁ ଯୀଶୁଙ୍କୁ କୁଶ ବିଦ୍ଧ କରାଯାଇଥିଲା। ଏଥିପାଇଁ ପ୍ରଭୁ ଯୀଶୁଙ୍କ ମାନବଜାତି ପ୍ରତି ଥିବା ଅବଦାନକୁ ମନେ ପକାଇ ଉପବାସ ରହିବା ସହ ପ୍ରାର୍ଥନା କରାଯାଇଥାଏ। ଏହି ଦିନକୁ ପ୍ରାୟଶ୍ଚିତ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଏଥିପାଇଁ ଚର୍ଚ୍ଚରେ ପ୍ରାର୍ଥନା ଘଣ୍ଟି ବାଜି ନଥାଏ। ପ୍ରଭୁ ଯୀଶୁଙ୍କୁ ଯେଉଁଦିନ କୁଶବିଦ୍ଧ କରାଯାଇଥିଲା ସେଦିନ ଶୁକ୍ରବାର ଥିଲା। ତେଣୁ ଆଜିର ଦିନକୁ ପୁଣ୍ୟ ଶୁକ୍ରବାର ବା ଗୁଡ ଫ୍ରାଇଡେ ଭାବେ ପାଳନ କରାଯାଇଥାଏ।</p>

Related story