କିଛି ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି; ୪୮ ଘଣ୍ଟା ମଧ୍ୟରେ ପୂରା ରାଜ୍ୟରେ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ରାଜ୍ୟରେ ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। କିଛି ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ଜିଲ୍ଲାରେ ମୌସୁମୀ ବର୍ଷା ହେବ ଓ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନିର୍ଦ୍ଧାରିତ ତାରିଖର ୨ ଦିନ ଆଗରୁ ଓଡ଼ିଶା ଛୁଇଁ ଥିଲା ମୌସୁମୀ। ଅର୍ଥାତ […]

Bhubaneswar-Rain

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 09:53 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ରାଜ୍ୟରେ ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। କିଛି ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ଜିଲ୍ଲାରେ ମୌସୁମୀ ବର୍ଷା ହେବ ଓ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ନିର୍ଦ୍ଧାରିତ ତାରିଖର ୨ ଦିନ ଆଗରୁ ଓଡ଼ିଶା ଛୁଇଁ ଥିଲା ମୌସୁମୀ। ଅର୍ଥାତ ଜୁନ ୮ ତାରିଖରେ ଓଡ଼ିଶାକୁ ପ୍ରବେଶ କରିଥିଲା ମୌସୁମୀ। ଜୁନ ୧୦ ତାରିଖରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ତେବେ ୩ରୁ ୪ ଦିନ ବର୍ଷା ହେବା ପରେ ମୌସୁମୀ ବାୟୁ ଉଭାନ ହୋଇଯାଇଥିଲା। ସାରା ରାଜ୍ୟରେ ଯେମିତି ଆକାଶରୁ ନିଆଁ ହୁଳା ଖସିବା ପରି ଲାଗୁଥିଲା। ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ରାଜଧାନୀ ଭୁବନେଶ୍ୱର ଯେମିତି ତତଲା ତାଉଆ ପାଲଟି ଯାଇଥିଲା। ଲଗାତାର ୪ ଦିନ ରାଜଧାନୀ ତାପମାତ୍ର ୪୧ ଡିଗ୍ରୀ ଉପରେ ରହିଥିଲା। ଗୋଟେ ଦିନ ଏହା ୪୩ ଡିଗ୍ରୀ ଅତିକ୍ରମ କରିଯାଇଥିଲା।

Related story