ରାଜ୍ୟର ବିଭିନ୍ନ ସ୍ଥାନରେ ‘ଭାରତ ବନ୍ଦ’ର ପ୍ରଭାବ

Ordigital Desk
  • Published: Tuesday, 10 April 2018
  • , Updated: 10 April 2018, 01:57 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଆଜି ଏକତା ସଂଗଠନ ପକ୍ଷରୁ &lsquo;ଭାରତ ବନ୍ଦ&rsquo; ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି।</p> <p>ବଲାଙ୍ଗିରରେ ସମାନତା ପାଇଁ ଏକତା ସଂଗଠନ ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ, କଲେଜ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ କରାଯାଇଛି। ରେଲେୱ ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସକୁ ୨୦ ମିନିଟ୍ ପାଇଁ ଅଟକାଇଥିଲେ &zwnj;ଆନ୍ଦୋଳନକାରୀ। ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି ସଂଗଠନର କର୍ମକର୍ତ୍ତା। ବନ୍ଦ ଯୋଗୁଁ ବସ୍ ଚଳାଚଳ ପ୍ରଭାବିତ ରହିଛି ।</p> <p>କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। &nbsp;ଜିଲ୍ଲାର ଜୟପାଟଣା, କଲମପୁର ଅଞ୍ଚଳର ବିଜମରା, ବାନେର ଓ ପର୍ଲାରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ସମସ୍ତ ସ୍କୁଲ, କଲେଜ ବନ୍ଦ ସହ ଗାଡିଚଳାଚଳ ଠପ୍ ହୋଇଯାଇଛି। ସେହିପରି ମୟୂରଭଂଜ ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ବାରିପଦା ସହର ସମେତ ରାଇରଂଗପୁର, କରଞ୍ଜିଆ, ଉଦଳା ଆଦି ଜାଗାରେ ପିକେଟିଂ କରାଯାଇ ବନ୍ଦ କରାଯାଇଛି। ବନ୍ଦ ଯୋଗୁଁ ସ୍କୁଲ, କଲେଜ, ଗାଡି ଚଳାଚଳ ବନ୍ଦ ରହିଛି। ବୌଦ୍ଧ ଜିଲ୍ଲାରେ ମଧ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ନୂଆପଡାରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି। &nbsp;ସହରର ଦୋକାନ ବଜାର, ସରକାରୀ ଅଫିସ ବନ୍ଦ ସହ ଯାନବାହନ ଚଳାଚଳ ବନ୍ଦ ରହିଛି। &nbsp;ତେବେ ବନ୍ଦ ପାଳନ ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା।</p> <p>କୋରାପୁଟ ଜିଲ୍ଲାରେ ବି ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି ।ଜୟପୁରରେ ବିଭିନ୍ନ ସଂଗଠନ ପକ୍ଷରୁ ଏନଏଚ୍ ୨୬କୁ ଅବରୋଧ ଲାଗି ଗାଡ଼ି ଅଟକି ରହିଥିଲା । ଦେକାନ, ବଜାର, ସ୍କୁଲ କଲେଜ ବନ୍ଦ ରହିଥିଲା। .ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ବିନିକା, ତରଭା ଅଞ୍ଚଳରେ ବନ୍ଦ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ପିକେଟିଂ କରି ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅଫିସ ବନ୍ଦ କରାଯାଇଥିଲା। ସେହିପରି ଟିଟିଲାଗଡ଼ରେ ମଧ୍ୟ ପିକେଟିଂ କରି ସରକାରୀ ଓ ବେସରକାରୀ ଅଫିସ, ବ୍ୟାଙ୍କ, ସ୍କୁଲ କଲେଜ ବନ୍ଦ କରାଯାଇଛି। &nbsp;ଦୋକାନ ବଜାର, ସରକାରୀ ଓ ବେସରକାରୀ କାଯର୍ୟାଳୟ ବନ୍ଦ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି । ଭାରତ ବନ୍ଦ ପାଳନ ଲାଗି ଯୁକ୍ତ ତିନି ପରୀକ୍ଷା ବାତିଲ ହୋଇଛି। &nbsp;ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ &zwnj;ଆଜିର ଯୁକ୍ତ ତିନି ପରୀକ୍ଷା ବାତିଲ ହୋଇଛି। ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇନପାରି ଫେରି ଯାଇଥିଲେ।</p>

Related story