ଏଥର ରାଧା ପାଦ ଦର୍ଶନ ମନା

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ଅଁଳା ନବମୀ । ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ରାଧା ପାଦ ଦର୍ଶନ ବନ୍ଦ ହୋଇଛି । ସାଧାରଣ ଶ୍ରଦ୍ଧାଳୁମାନେ ରାଧାଙ୍କ ପାଦ ଦର୍ଶନ ମନା ହେବା ସହ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ନିୟମ ଅନୁସାରେ ବିନା ଭକ୍ତରେ ମନ୍ଦିରର ନୀତିକାନ୍ତି ଅନୁଷ୍ଠିତ ହେବ । ଏଥିପାଇଁ ମଧ୍ୟରାତ୍ରୀରୁ ମନ୍ଦିର ପରିସରରେ ୨୦୦ […]

sakhi-gopal-temple-1

Jitendra Garnayak
  • Published: Monday, 23 November 2020
  • , Updated: 23 November 2020, 07:58 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ଅଁଳା ନବମୀ । ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ରାଧା ପାଦ ଦର୍ଶନ ବନ୍ଦ ହୋଇଛି । ସାଧାରଣ ଶ୍ରଦ୍ଧାଳୁମାନେ ରାଧାଙ୍କ ପାଦ ଦର୍ଶନ ମନା ହେବା ସହ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି ।

ନିୟମ ଅନୁସାରେ ବିନା ଭକ୍ତରେ ମନ୍ଦିରର ନୀତିକାନ୍ତି ଅନୁଷ୍ଠିତ ହେବ । ଏଥିପାଇଁ ମଧ୍ୟରାତ୍ରୀରୁ ମନ୍ଦିର ପରିସରରେ ୨୦୦ ମିଟର  ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି । ଚନ୍ଦନ ପୋଖରୀଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ମଧ୍ୟ କଟକଣା ଜାରି କରାଯାଇଛି । ଆସନ୍ତା ବଡ ଏକାଦଶୀ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ସୂଚନା ଦେଇଛି ।

ପ୍ରତିବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ । ହେଲେ ଚଳିତ ବର୍ଷ କିନ୍ତୁ କରୋନା ମହାମାରୀକୁ ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।

Related story