OJEE ପାଇଁ ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ OJEE ପାଇଁ ଅନ୍‌ଲାଇନ୍‌ ଆବେଦନର ଆଜି ହେଉଛି ଶେଷ ତାରିଖ।  ଏଥିନିମନ୍ତେ  ଆଜି ରାତି ୧୨ଟା ପର୍ଯ୍ୟନ୍ତ  ଡେଡଲାଇନ୍ ରଖାଯାଇଛି। ଏହା ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍‌ ଫି ଜମା ପାଇଁ ଡେଡ୍‌ଲାଇନ୍ ରଖାଯାଇଛି । www.ojee.nic.in ଏବଂ www.odishajee.comରେ ଆବେଦନ କରିପାରିବେ ଆଶାୟୀ। ଅକ୍ଟୋବର ୧୨ତାରିଖରୁ ଆରମ୍ଭ ହେଉଛି ଓଜେଇଇ। ଅକ୍ଟୋବର ୧୨ରୁ  ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ […]

ojee

Niharika Rout
  • Published: Wednesday, 23 September 2020
  • , Updated: 23 September 2020, 08:33 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ OJEE ପାଇଁ ଅନ୍‌ଲାଇନ୍‌ ଆବେଦନର ଆଜି ହେଉଛି ଶେଷ ତାରିଖ।  ଏଥିନିମନ୍ତେ  ଆଜି ରାତି ୧୨ଟା ପର୍ଯ୍ୟନ୍ତ  ଡେଡଲାଇନ୍ ରଖାଯାଇଛି। ଏହା ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍‌ ଫି ଜମା ପାଇଁ ଡେଡ୍‌ଲାଇନ୍ ରଖାଯାଇଛି । www.ojee.nic.in ଏବଂ www.odishajee.comରେ ଆବେଦନ କରିପାରିବେ ଆଶାୟୀ।

ଅକ୍ଟୋବର ୧୨ତାରିଖରୁ ଆରମ୍ଭ ହେଉଛି ଓଜେଇଇ। ଅକ୍ଟୋବର ୧୨ରୁ  ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି  ପରୀକ୍ଷା। ମୋଟ ୫୩ଟି ସେଣ୍ଟରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ଏଥିପାଇଁ ରାଜ୍ୟରେ ୨୧ଟି ସହରରେ ୫୦ଟି କେନ୍ଦ୍ର କରାଯାଇଛି। ସେହିପରି ରାଜ୍ୟ ବାହାରେ ୩ଟି ସେଣ୍ଟର କରାଯାଇଛି। ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ ଏହି ପରୀକ୍ଷା ହେବ।

Related story