କେମିତି ଅଛି ସୀମାର ଅବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ସୀମାକୁ ଲାଗିଥିବା ଓ ପାଖ ଜିଲ୍ଲାର ସହରଗୁଡ଼ିକରେ ସପ୍ତାହାନ୍ତ ସଟଡାଉନର ଆଜି ହେଉଛି ଦ୍ୱିତୀୟ ଦିନ। କରୋନା ସଂକ୍ରମଣକୁ ରୋକିବା ଲାଗି ସହରଗୁଡ଼ିକରେ ସଟଡାଉନ କରାଯାଇଛି। ଫଳରେ ଗତକାଲି ଓ ଆଜି ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ତେବେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ କଟକଣାରୁ ଛାଡ଼ କରାଯାଇଛି। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ଚଳାଚଳକୁ ନିର୍ବିଘ୍ନରେ ଯିବାକୁ ଦିଆଯାଉଛି । କରୋନାକୁ ନେଇ […]

890

Tapas Behera
  • Published: Sunday, 18 April 2021
  • , Updated: 18 April 2021, 04:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ସୀମାକୁ ଲାଗିଥିବା ଓ ପାଖ ଜିଲ୍ଲାର ସହରଗୁଡ଼ିକରେ ସପ୍ତାହାନ୍ତ ସଟଡାଉନର ଆଜି ହେଉଛି ଦ୍ୱିତୀୟ ଦିନ। କରୋନା ସଂକ୍ରମଣକୁ ରୋକିବା ଲାଗି ସହରଗୁଡ଼ିକରେ ସଟଡାଉନ କରାଯାଇଛି। ଫଳରେ ଗତକାଲି ଓ ଆଜି ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ତେବେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ କଟକଣାରୁ ଛାଡ଼ କରାଯାଇଛି।

ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ଚଳାଚଳକୁ ନିର୍ବିଘ୍ନରେ ଯିବାକୁ ଦିଆଯାଉଛି । କରୋନାକୁ ନେଇ ସଚେତନ ଥିବାରୁ ଲୋକେ ବାହାରକୁ ଆସୁନାହାନ୍ତି । ଯେଉଁଠି ବି କାଁ ଭାଁ ଅମାନିଆ ବାହାରେ ବୁଲୁଥିଲେ, ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସହରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ୍ କରି ପୁଲିସ ଜୋରଦାର ଯାଞ୍ଚ କରୁଛି ।

ଛତିଶଗଡ଼ରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ଧାରଣ କରିବା ପରେ ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମଧ୍ୟ ଦ୍ରୁତ ଗତିରେ କାୟା ମେଲାଉଛି । ତେଣୁ ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ରାଜ୍ୟ ସରକାର ଏଭଳି କଠୋର ପଦକ୍ଷେପ ନେଇଛନ୍ତି । କେବଳ ସେତିକି ନୁହେଁ ଏହି ୧୦ ଜିଲ୍ଲାରେ ବି ନାଇଟ୍ କର୍ଫ୍ୟୁ ସମୟରେ ପରିବର୍ତ୍ତନ ହୋଇଛି । ସଂଧ୍ୟା ୬ଟାରୁ ସକାଳ ୫ଟା ପଯର୍ୟନ୍ତ କଟକଣା ଜାରି ହୋଇଛି।

 

Related story