- Videos
- Odisha
- ଆଜି ବିଶ୍ୱ ପରିବେଶ ଦିବସ: ବାଲୁକାକଳା ମାଧ୍ୟମରେ ମାନସ ସାହୁଙ୍କ ସଚେତନତା ବାର୍ତ୍ତା
ଆଜି ବିଶ୍ୱ ପରିବେଶ ଦିବସ: ବାଲୁକାକଳା ମାଧ୍ୟମରେ ମାନସ ସାହୁଙ୍କ ସଚେତନତା ବାର୍ତ୍ତା
- Published: Monday, 05 June 2017
- , Updated: 05 June 2017, 07:42 AM IST
<p>ପୁରୀ: ଆଜି ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ପ୍ରାୟ ୧୫ଟନ୍ ବାଲିରେ ୨୦ଫୁଟ୍ ଲମ୍ବର ଏହି ବାଲୁକା କଳା ନିର୍ମାଣ କରାଯାଇଛି। ଗ୍ରୀନ୍ ଅର୍ଥ ଫର ଗୁଡ୍ ହେଲ୍‌ଥର ସ୍ଲୋଗାନ ଦେଇ ପରିବେଶକୁ ସବୁଜମୟ କରିବା ଆବଶ୍ୟକ ବୋଲି ସମାଜକୁ ବାର୍ତ୍ତା ଦେଇଛନ୍ତି। ମାନସ ନିଜ ବାଲୁକା କଳାରେ ସୌନ୍ଦର୍ଯ୍ୟମୟ ପ୍ରକୃତି କିଭଳି ପାହାଡ, ପର୍ବତ, ଝରଣା ଏବଂ ସବୁଜିମା ଭିତରେ ଘେରି ରହିଛି ତାହା ଦେଖାଇଛନ୍ତି।</p>
<p>ଅନ୍ୟପଟେ ମଣିଷ ସମାଜ କିପରି ଜଙ୍ଗଲକୁ କାଟି କଂକ୍ରିଟ୍ ଜଙ୍ଗଲ ତିଆରି କରି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିଛି ତାହା ମଧ୍ୟ ଦର୍ଶାଇଛନ୍ତି। ଯଦି ଆମେ କଂକ୍ରିଟ୍ ସହରକୁ ସବୁଜିମା କରିପାରିବା ତା’ହେଲେ ସମାଜରେ ସୁନ୍ଦର ବାତାବରଣ ସୃଷ୍ଟି ହେବ। ଏହି ବାଲୁକା କଳା ମାଧ୍ୟମରେ ସମାଜରେ ସଚେତନା ସୃଷ୍ଟି କରିଛନ୍ତି ସାନସ ସାହୁ।</p>