ଆଜିଠୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ: ପାରାଦୀପର ବିଜୁ ମଇଦାନରେ ଆଜିଠାରୁ ଆରମ୍ଭ ହେବ କଳିଙ୍ଗ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ଏହା ୭ ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାଖାପାଖି ୮ଶହ ଷ୍ଟଲ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପଡ଼ିଆରେ ସିସିଟିଭି କ୍ୟାମେରା ଓ ବ୍ୟାପକ ପୋଲିସ ମୁତୟନ କରାଯିବ। ସେହିପରି ପାରାଦ୍ୱୀପ ପୌର ପରିଷଦ ପକ୍ଷରୁ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ପ୍ରତି ବିଶେଷ […]

paradeep

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 08:03 AM IST

ପାରାଦୀପ: ପାରାଦୀପର ବିଜୁ ମଇଦାନରେ ଆଜିଠାରୁ ଆରମ୍ଭ ହେବ କଳିଙ୍ଗ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ଏହା ୭ ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାଖାପାଖି ୮ଶହ ଷ୍ଟଲ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପଡ଼ିଆରେ ସିସିଟିଭି କ୍ୟାମେରା ଓ ବ୍ୟାପକ ପୋଲିସ ମୁତୟନ କରାଯିବ।

ସେହିପରି ପାରାଦ୍ୱୀପ ପୌର ପରିଷଦ ପକ୍ଷରୁ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ଦିଆଯିବା ନେଇ ଗୁରୁତ୍ୱ ଦିଆଯାଇଛି।

Related story