ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ପ୍ରାୟ ଛଅ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହାପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍କ୍ୱାଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ଗଠିତ ସ୍କ୍ୱାଡରେ ଅଧ୍ୟାପକମାନଙ୍କୁ ସାମିଲ କରାଯାଇଛି। ସ୍କ୍ୱାଡ ମାନଙ୍କ ପାଇଁ ହୋଇଥିବା ପ୍ରଶିକ୍ଷଣ ଶିବିରରେ ସାରା ରାଜ୍ୟରୁ ଅଧ୍ୟାପକମାନଙ୍କୁ ଡକାଯାଇ ତାଲିମ ଦିଆଯାଇଛି। ଏହା ସହ ପ୍ରଶ୍ନପତ୍ର ରଖା ଯାଇଥିବା ସମସ୍ତ ୩୦୨ଟି ଯାକ ନୋଡାଲ ସେଣ୍ଟରରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ପରୀକ୍ଷା ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଥର ମୋଟ୍ ୨,୯୧୯ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତବର୍ଷ ୧୩ ଜଣ କଏଦୀ ମଧ୍ୟ ପରୀକ୍ଷା ଦେଉଛନ୍ତି।ରାଜ୍ୟସ୍ତରରେ ୫୮ଟି ଫ୍ଲାଇଂ &nbsp;ସ୍କ୍ୱାଡ ସହ ବୋର୍ଡ ପକ୍ଷରୁ ବିଭିନ୍ନ ଜୋନରେ ୩୭ଟି ସ୍କ୍ୱାଡ ଗଠନ କରାଯାଇଛି।</p>

Ordigital Desk
  • Published: Thursday, 22 February 2018
  • Updated: 22 February 2018, 04:21 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ପ୍ରାୟ ଛଅ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହାପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍କ୍ୱାଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ଗଠିତ ସ୍କ୍ୱାଡରେ ଅଧ୍ୟାପକମାନଙ୍କୁ ସାମିଲ କରାଯାଇଛି। ସ୍କ୍ୱାଡ ମାନଙ୍କ ପାଇଁ ହୋଇଥିବା ପ୍ରଶିକ୍ଷଣ ଶିବିରରେ ସାରା ରାଜ୍ୟରୁ ଅଧ୍ୟାପକମାନଙ୍କୁ ଡକାଯାଇ ତାଲିମ ଦିଆଯାଇଛି। ଏହା ସହ ପ୍ରଶ୍ନପତ୍ର ରଖା ଯାଇଥିବା ସମସ୍ତ ୩୦୨ଟି ଯାକ ନୋଡାଲ ସେଣ୍ଟରରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ପରୀକ୍ଷା ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଥର ମୋଟ୍ ୨,୯୧୯ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତବର୍ଷ ୧୩ ଜଣ କଏଦୀ ମଧ୍ୟ ପରୀକ୍ଷା ଦେଉଛନ୍ତି।ରାଜ୍ୟସ୍ତରରେ ୫୮ଟି ଫ୍ଲାଇଂ &nbsp;ସ୍କ୍ୱାଡ ସହ ବୋର୍ଡ ପକ୍ଷରୁ ବିଭିନ୍ନ ଜୋନରେ ୩୭ଟି ସ୍କ୍ୱାଡ ଗଠନ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos