ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ । ଏହାପରେ ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୩ ତାରିଖ ରହିଛି ।
ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ୨୪ରେ ଭୋଟ୍ ଗଣତି ହେବ । ୨୭ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ସିଇସି ଘୋଷଣା କରିଛନ୍ତି। ସେପଟେ ବିଜେପୁର ଉପ ନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତ କରିବାକୁ ଆଜି ବସିବ ବିଜେଡିର ସମନ୍ୱୟ କମିଟି ବୈଠକ । କିଏ କେଉଁ ପଞ୍ଚାୟତ ଦାୟିତ୍ୱରେ ଏବଂ କିଏ କେଉଁ ବ୍ଲକ୍ ଦାୟିତ୍ୱରେ ରହିବେ ସେନେଇ ଏହି ବୈଠକରେ ଆଲୋଚନା ହେବ । ଏଥିସହ ଦଳର ଷ୍ଟାର୍ କ୍ୟାମ୍ପେନର କିଏ ହେବେ ସେନେଇ ମଧ୍ୟ ଆଜିର ସମନ୍ୱୟ କମିଟି ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।