ଆଜିଠୁ ପଞ୍ଚୁକ ବ୍ରତ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Ordigital Desk
  • Published: Tuesday, 31 October 2017
  • , Updated: 31 October 2017, 07:34 AM IST
<p>ପୁରୀ: ଆଜିଠୁ କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ମହାପ୍ରଭୁ ଆଜି ଭକ୍ତଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି। ପ୍ରତ୍ୟେକ ଦିନ ବେଶ ବଦଳିବା ସହ ଶେଷ ଦିନରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ କରାଯିବ। ପଞ୍ଚୁକ ପାଇଁ ଧୀରେଧୀରେ ଶ୍ରୀକ୍ଷେତ୍ରକୁ ଭକ୍ତ ଓ ହବିଷ୍ୟାଳୀଙ୍କ ଆଗମନ ବଢୁଛି।&nbsp; ଭକ୍ତ ଓ ହବିଷ୍ୟାଳୀମାନେ ଶ୍ରୀମନ୍ଦିର ବାଇଶିପାହଚ ଦେଇ ପ୍ରବେଶ କରି ଜୟବିଜୟ ଦ୍ୱାର ଓ ନାଟମନ୍ଦିରରୁ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ।</p> <p>ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।&nbsp; ଜିଲ୍ଲା ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡକୁ ସମ୍ପ୍ରସାରଣ କରାଯାଇଛି।&nbsp; ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।</p>

Related story