ବିଜେପୁର ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଣୟ

Ordigital Desk
  • Published: Tuesday, 06 February 2018
  • , Updated: 06 February 2018, 08:30 AM IST
<p>ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ&nbsp; ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍&zwnj;ରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନାମାଙ୍କନ ଭରିବେ। ଏଥିପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି। ଗତକାଲିଠୁ ପଦ୍ମପୁରରେ ଦଳର ତୁଙ୍ଗ ନେତା ଏକାଠି ହୋଇଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପଦ୍ମପୁର ଆରଏମ୍&zwnj;ସି ପଡ଼ିଆରେ ଏକ ସଭା କରାଯିବ।&nbsp; ସେଠାରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ନବ&nbsp; ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହିତ ଦଳର ଅନ୍ୟ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପୁରରେ କଂଗ୍ରେସ ନିଶ୍ଚିତ ଜିତିବ ବୋଲି କହିଛନ୍ତି ପ୍ରଣୟ ସାହୁ। ବିଜେପୁର ଉପନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ୬ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି।</p> <p>ଏଠାରେ ତ୍ରିମୁଖୀ ଳଢ଼େଇର ସମ୍ଭାବନା ରହିଛି। ପୂର୍ବରୁ ଏହି ଆସନ କଂଗ୍ରେସ ହାତରେ ଥିଲା। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ହେଉଛି। ହେଲେ ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ସହ ଶଙ୍ଖ ଦଳରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗତ ନିର୍ବାଚନରେ ଏଠାରେ ବିଜେପିର ସ୍ଥିତି ଭଲ ନଥିଲା। ହେଲେ ମୋଦି ହାୱାରେ ଏବେ&nbsp; ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରୁଥିବାରୁ ଏହାର ପ୍ରଭାବ ବିଜେପୁରରେ ପଡ଼ିବ ବୋଲି ଦଳ ଆଶା ରଖିଛି। ଏହାସହ ବିଜେଡି ଛାଡ଼ି ବିଜେପି ହାତ ଧରିଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କହିଛି। ଅଶୋକ ସ୍ଥାନୀୟ ଅଞ୍ଚଳରେ&nbsp; ଜଣେ ଟାଣୁଆନେତା ଭାବେ ଜଣାଶୁଣା ହୋଇଥିବାରୁ ବିଜେପିକୁ ବିଜେପୁର ଫାଇଟ୍&zwnj;ରେ ଭଲ ସ୍ଥିତିକୁ ନେଇ ଆସିଛି।</p> <p>ସୂଚନାଯୋଗ୍ୟ, ଅଶୋକ ଗତ ୨ ତାରିଖରେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ରୀତା ଗତକାଲି ଦାଖଲ କରିଛନ୍ତି।</p>

Related story