ଏହି ସବୁ ସ୍ଥାନରେ ଆଜି ହୋଇପାରେ କାଳବୈଶାଖୀ,ପାଣିପାଗ ବିଭାଗ କଲା ସତର୍କ

Ordigital Desk
  • Published: Friday, 06 April 2018
  • , Updated: 06 April 2018, 08:57 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ହେଲା ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାତିରୁ ନିସ୍ତାର ମିଳିଛି। କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ମଧ୍ୟ ହୋଇଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି କେନ୍ଦୁଝର,ମୟୂରଭଞ୍ଜ, ଯାଜପୁର ଓ ଭଦ୍ରକରେ କାଳବୈଶାଖୀ ଜନିତ ବର୍ଷାର ବିଶେଷ ପ୍ରବାହ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ସମୟରେ ପବନର ବେଗ ୫୦ରୁ ୬୦ କି.ମି. ରହିବ।</p> <p>୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।</p>

Related story