ଆଜି ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା

ଭୁବନେଶ୍ୱର: ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଭିନ୍ନ ସହର। ଆଜି ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ବିଲ୍ୱବରଣ କରାଯାଇ ମଣ୍ଡପରେ ପୂଜା ଆରମ୍ଭ କରାଯିବ। ଭୁବନେଶ୍ୱର ରସୁଲଗଡ଼ରେ ଏଥର ତୋରଣ କହିବ ଆଦିମ ଓ ଆଧୁନିକ ମଣିଷର ଗାଥା।  ତୋରଣର ଭିତର ପାର୍ଶ୍ୱରେ ଆଦିମ ମଣିଷର ଜୀବନଶୈଳୀ ଓ ବାହାରେ ଆଜିର ମଣିଷର ଚାକଚକ୍ୟ ଭରା ଲାଇଫ୍ ଷ୍ଟାଇଲ୍ ଚିତ୍ରିତ ହୋଇଛି। ୭୦ ଫୁଟ୍ ଲମ୍ବ ଓ ୧୨୦ […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 05:44 AM IST

ଭୁବନେଶ୍ୱର: ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଭିନ୍ନ ସହର। ଆଜି ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ବିଲ୍ୱବରଣ କରାଯାଇ ମଣ୍ଡପରେ ପୂଜା ଆରମ୍ଭ କରାଯିବ।

ଭୁବନେଶ୍ୱର ରସୁଲଗଡ଼ରେ ଏଥର ତୋରଣ କହିବ ଆଦିମ ଓ ଆଧୁନିକ ମଣିଷର ଗାଥା।  ତୋରଣର ଭିତର ପାର୍ଶ୍ୱରେ ଆଦିମ ମଣିଷର ଜୀବନଶୈଳୀ ଓ ବାହାରେ ଆଜିର ମଣିଷର ଚାକଚକ୍ୟ ଭରା ଲାଇଫ୍ ଷ୍ଟାଇଲ୍ ଚିତ୍ରିତ ହୋଇଛି। ୭୦ ଫୁଟ୍ ଲମ୍ବ ଓ ୧୨୦ ଫୁଟ୍ ଓସାର ବିଶିଷ୍ଟ ଏ ତୋରଣର ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଥାଇଲାଣ୍ଡର ବୁଦ୍ଧ ମନ୍ଦିର ଢାଞ୍ଚାରେ ଝଟକିଲାଣି ସହିଦ ନଗରର ପୂଜା ମଣ୍ଡପର ତୋରଣ।

Related story