ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ ପାଇଁ ବାଲୁକାକଳା ମାଧ୍ୟମରେ ବାର୍ତ୍ତା

Ordigital Desk
  • Published: Tuesday, 05 June 2018
  • , Updated: 05 June 2018, 08:34 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ପରିବେଶ ଦିବସ। ଚଳିତ ବର୍ଷର ଥିମ୍ ରହିଛି &lsquo;ମୁଭିଂ ଟୁ ଓ୍ୱାର୍ଡସ୍ ଏ ପ୍ଲାଷ୍ଟିକ ଫ୍ରି ଫ୍ୟୁଚର&rsquo;। ଏହି ଅବସରରେ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ। ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଦେଶରେ ଦିନକୁ ଦିନ ପରିବେଶ ପ୍ରଦ୍ୟୁଷଣ ବୃଦ୍ଧି ପାଉଥିବା ସେ କହିଛନ୍ତି। ତେଣୁ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ୨୦ଫୁଟ ଓସାରରେ ଏହି ବାଲୁକା କଳାରେ ୨୦ଟନ୍ ବାଲି ବ୍ୟବହାର କରାଯାଇଛି। ଏଥିପାଇଁ ତାଙ୍କୁ ୭ଘଣ୍ଟା ସମୟ ଲାଗିଥିଲା।</p> <p>&lt;a href=&quot;&quot;&gt;(image) &lt;/a&gt;ସେହିପରି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ କଇଁଛ ଆକୃତିର ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ବାଲି ଓ ଅଦରକାରୀ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ସୁଦର୍ଶନ ଏହି ବିଶାଳ ବାଲୁକା କୃତି ତିଆରି କରି ସଚେତନତା ବାର୍ତ୍ତା ଦେଇଛନ୍ତି।</p> <p>https://youtu.be/sf99ahL2wG4</p>

Related story