ପାଇଖାନା ଖାଇଗଲେ ମୋଟିଭେଟର! ହିତାଧିକାରୀ ଜଳକା

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦିନ ଦି’ପହରରେ ହିତାଧିକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପାଇଖାନା ଖାଇଗଲେ ମୋଟିଭେଟର! ପାଇଖାନା ତିଆରି ନକରି ଟଙ୍କା ଉଠାଇ ନେଇଛନ୍ତି। ଏବେ ହିତାଧିକାରୀ ଜଳକା। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ମାଣ୍ଡିଆ ରାଘବପୁର ପଞ୍ଚାୟତରୁ ଆସିଛି। ସୂଚନା ଅଧିକାର ଆଇନ୍‌ ବଳରେ ଏହି ତଥ୍ୟ ମିଳିବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ମାର୍ଶାଘାଇ ବ୍ଲକ୍‌ ମାଣ୍ଡିଆ ରାଘପୁର ପଞ୍ଚାୟତରେ ହୋଇଛି ପାଇଖାନା ଦୁର୍ନୀତି। ପଞ୍ଚାୟତର ରାଘବପୁର, ପୋଦନା, ନରସିଂହପୁର ଓ […]

Kendrapara

Manoranjan Sial
  • Published: Friday, 08 October 2021
  • , Updated: 08 October 2021, 07:36 PM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦିନ ଦି’ପହରରେ ହିତାଧିକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପାଇଖାନା ଖାଇଗଲେ ମୋଟିଭେଟର! ପାଇଖାନା ତିଆରି ନକରି ଟଙ୍କା ଉଠାଇ ନେଇଛନ୍ତି। ଏବେ ହିତାଧିକାରୀ ଜଳକା। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ମାଣ୍ଡିଆ ରାଘବପୁର ପଞ୍ଚାୟତରୁ ଆସିଛି। ସୂଚନା ଅଧିକାର ଆଇନ୍‌ ବଳରେ ଏହି ତଥ୍ୟ ମିଳିବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି।

ମାର୍ଶାଘାଇ ବ୍ଲକ୍‌ ମାଣ୍ଡିଆ ରାଘପୁର ପଞ୍ଚାୟତରେ ହୋଇଛି ପାଇଖାନା ଦୁର୍ନୀତି। ପଞ୍ଚାୟତର ରାଘବପୁର, ପୋଦନା, ନରସିଂହପୁର ଓ ମାଣ୍ଡିଆ ଗାଁରେ କାହାରି ପାଇଖାନା ତିଆରି ହୋଇନି। ହେଲେ ପାଇଖାନା ନିର୍ମାଣ ହୋଇଥିବା ଦର୍ଶାଇ ଜଣେ କି ଦୁଇ ଜଣ ନୁହେଁ, ମୋଟ୍‌ ୭୫ ଜଣଙ୍କ ନାଁରେ ଉଠିଛି ୯ ଲକ୍ଷ ଟଙ୍କା। ଏହି ସବୁ ଅର୍ଥ ମୋଟିଭେଟର ଆକାଉଣ୍ଟକୁ ଯାଇଛି। ଆର୍‌ଟିଆଇ ବଳରେ ଏହି ତଥ୍ୟ ମିଳିଛି।

ରାଘବପୁର ଗାଁର ରମେଶ ଚନ୍ଦ୍ର ବେହେରାଙ୍କ କହିବା ଅନୁସାରେ ପାଇଖାନା ପାଇଁ ସେ ବାରମ୍ୱାର ପଞ୍ଚାୟତ ଅଫିସ ଧାଇଁ ଥିଲେ। ପାଇଖାନା ଆଜି ମିଳିବ କାଲି ମିଳିବ, ଏମିତି ଖାଲି ପ୍ରତିଶ୍ରୁତି ମିଳୁଥିଲା। ଯାହାକୁ ନେଇ ଚିନ୍ତିତ ଥିଲେ ରମେଶ। ନିଜ ନାଁରେ ପାଇଖାନା ହୋଇଛି କି ନାହିଁ ଏବଂ ଗାଁରେ କାହାକୁ ପାଇଖାନା ମିଳିଛି ସେ ସମ୍ପର୍କରେ ଜାଣିବା ପାଇଁ ଆର୍‌ଟିଆଇରେ ତଥ୍ୟ ମାଗିଥିଲେ ରମେଶ ଚନ୍ଦ୍ର ବେହେରା। ଆଉ ତା’ପରେ ବ୍ଲକ ପ୍ରଶାସନ ଯାହା ତଥ୍ୟ ଦେଇଥିଲା, ତାହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ରମେଶ।

ରମେଶ ବେହେରା କହିଛନ୍ତି, “୭୫ ଜଣ ଲୋକଙ୍କ ନାଁରେ ଘୋଟାଲା ହୋଇଛି। ସେଥିରେ ମୃତ ଲୋକ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଗାଁରେ କାହାରି ପାଇଖାନା ନିର୍ମାଣ ହୋଇନାହିଁ। ମାତ୍ର ସବୁ ଟଙ୍କା ମୋଟିଭେଟର ଦିଲ୍ଲୀପ କୁମାର ସେଠୀଙ୍କ ଆକାଉଣ୍ଟକୁ ଯାଇଛି। ରାଘବପୁର, ପୋଦନା, ନରସିଂହପୁର ଓ ମାଣ୍ଡିଆ ଗାଁର ୭୫ ଜଣ ହିତାଧିକାରୀଙ୍କ ଟଙ୍କା ମୋଟିଭେଟରଙ୍କ ଆକାଉଣ୍ଟକୁ ଯାଇଛି। ଆଉ କିଛି ହିତାଧିକାରୀଙ୍କ ଅର୍ଥ ଅନ୍ୟ ଆକାଉଣ୍ଟକୁ ଯାଇଛି।”

ଆଉ ଜଣେ ହିତାଧିକାରୀ କହିଛନ୍ତି-“ପାଇଖାନା କରିବ ବୋଲି କହିଥିଲା। ସେଥିପାଇଁ ଇଟା, ବାଲି ଆଣି ରଖିଛି। ହେଲେ ଆଜି ପର୍ଯ୍ୟନ୍ତ ପାଇଖାନା ପାଇଁ ଟଙ୍କା ପାଇନାହିଁ। ଶୁଣିବାକୁ ମିଳୁଛି, ମୋ ନାଁରେ ଟଙ୍କା ଉଠିଛି। କିଏ ନେଲା ମୁଁ ଜାଣିନି।”

Related story