ପାଇଖାନା ନେଇଗଲେ ଠିକାଦାର: ହିତାଧିକାରୀ ଜଳକା

Ordigital Desk
  • Published: Thursday, 16 November 2017
  • , Updated: 16 November 2017, 07:18 PM IST
<p>ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ସ୍ୱଚ୍ଛ ଭାରତ ମିଶନ ଜରିଆରେ ଘରେ ଘରେ ପାଇଖାନା ନିର୍ମାଣ କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି। ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ୍&zwnj;ରେ ଠିକାଦାର ସବୁ ପାଇଖାନା ନେଇଯାଇଛନ୍ତି। ଏପରି ସ୍ଥିତିରେ ହିତାଧିକାରୀ ହତାଶ ହୋଇପଡ଼ିଛନ୍ତି।</p> <p>ଏପରି ଅଭିଯୋଗ ଆସିଚି କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଞ୍ଚାୟତରୁ। ସ୍ୱଚ୍ଛ ଭାରତ ମିଶନ୍ ଯୋଜନାରେ ପଞ୍ଚାୟତର ଲୋକେ ପାଇଖାନା ତିଆରି କରିଛନ୍ତି। ଗାଁଲୋକେ ନିଜେ ନିଜେ ଗାତ ଖୋଳାଠୁ ଆରମ୍ଭ କରି ପାଇଖାନା ତିଆରି କରିବା ସହ ନିଜେ ଶ୍ରମଦାନ ବି କରିଛନ୍ତି। ହେଲେ କାମ ନେଇଥିବା ଠିକାଦାର ହିତାଧିକାରୀଙ୍କ ନାଁ ଲେଖି ଫଟୋ ଉଠାଇ ଅଧାରୁ କାମ ଛାଡି ଚାଲି ଯାଇଛନ୍ତି। ଫଳରେ ଲୋକେ ଏହାକୁ ବ୍ୟବହାର କରିପାରୁନାହାଁନ୍ତି।</p>

Related story