ପୁଣି ଲେଉଟିଲା ଟୋକନ୍ ତାତି

ସମ୍ବଲପୁର(ଓଡ଼ିଶା ରିପୋର୍ଟର) ଲେଉଟିଲା ଟୋକନ୍ ତାତି। ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଆଜି ସମ୍ବଲପୁରରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଧାନ କିଣାଯାଇପାରୁନି ବୋଲି ଅଭିଯୋଗ କରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ କ୍ଷୁବ୍ଧ ଚାଷୀ ।  ଯୋଗାଣ ମନ୍ତ୍ରୀ କିନ୍ତୁ କହିଛନ୍ତି ଆନ୍ଦୋଳନ କରି ଚାଷୀ ଭୁଲରାସ୍ତାକୁ ଯାଉଛନ୍ତି। ସେପଟେ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକରେ ଭିସାଟ୍ ଅଚଳ ନେଇ ସରକାରଙ୍କ ଚିଠି, ଧାନକିଣା ଅବ୍ୟବସ୍ଥାର ଗୁମର ଖୋଲିଛି। ସମ୍ବଲପୁରବରଗଡ଼ […]

v-9081

Tapas Behera
  • Published: Tuesday, 17 December 2019
  • , Updated: 17 December 2019, 08:34 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର) ଲେଉଟିଲା ଟୋକନ୍ ତାତି। ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଆଜି ସମ୍ବଲପୁରରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଧାନ କିଣାଯାଇପାରୁନି ବୋଲି ଅଭିଯୋଗ କରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ କ୍ଷୁବ୍ଧ ଚାଷୀ ।  ଯୋଗାଣ ମନ୍ତ୍ରୀ କିନ୍ତୁ କହିଛନ୍ତି ଆନ୍ଦୋଳନ କରି ଚାଷୀ ଭୁଲରାସ୍ତାକୁ ଯାଉଛନ୍ତି। ସେପଟେ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକରେ ଭିସାଟ୍ ଅଚଳ ନେଇ ସରକାରଙ୍କ ଚିଠି, ଧାନକିଣା ଅବ୍ୟବସ୍ଥାର ଗୁମର ଖୋଲିଛି।

ସମ୍ବଲପୁରବରଗଡ଼ ୫୩ ନମ୍ବର   ଜାତୀୟ ରାଜପଥର ବରେଇପାଲି ପାଖରେ ଧାନ ଟ୍ରକ ରଖି ରାସ୍ତାରୋକ କରିଛନ୍ତି ଚାଷୀ । ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଚାଷୀ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ଟୋକନ୍ ବ୍ୟବସ୍ଥାକୁ ନେଇ ନଭେମ୍ବର ୨୧ରେ ଏଇଠି ଚାଷୀ ଆନ୍ଦୋଳନ କରିବା ପରେ ଚାଷୀଙ୍କୁ ବୁଝାଇ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀ ସୁଶାନ୍ତ ସିଂ ଓ ରୋହିତ ପୂଜାରୀ।

ହେଲେ ମାସେ ପୁରିନି ପୁଣି ଟୋକନ ଟେନସନ ଚାଷୀଙ୍କୁ ନୟାନ୍ତ କଲାଣି । ଚାଷୀଙ୍କ ଅଭିଯୋଗ ନୂଆ ଟୋକନ୍ ଦିଆଯାଉନି।  ଯାହା ଦିଆଯାଉଛି ସେଥିରେ ଅନେକ ଭୁଲ୍ ଭଟକା ରହିଛି । ତେଣୁ ଟୋକନ ବିନା ଧାନ କିଣିବାକୁ ଦାବି କରି ଦିନ ତମାମ ରାସ୍ତା ରୋକ କରିଥିଲେ ଚାଷୀ। ସ୍ଥାନୀୟ ଅଧିକାରୀମାନେ ବୁଝାସୁଝା ଉଦ୍ୟମ କରି ବି ବିଫଳ ହୋଇଥିଲେ ।

ଏପଟେ ପାକ୍ସରେ ଧାନକିଣା ଅବ୍ୟବସ୍ଥାର ଗୁମର ଖୋଲିଛି ସରକାରୀ ଚିଠି ।  ଭିସାଟ୍ ବ୍ୟବସ୍ଥା ଅଚଳ ହୋଇପଡିଛି ବୋଲି ଉଦ୍‌ବେଗ ପ୍ରକାଶ କରି ଚିଠି ଲେଖିଛନ୍ତି କୋଅପରେଟିଭ୍ ସୋସାଇଟର ରେଜିଷ୍ଟ୍ରାର। ୫୬୦ ପାକ୍ସକୁ ଦିଆଯାଇଥିବା ଭିସାଟ୍‌ରୁ ୪୨୩ ଅଚଳ। ବାଲାଙ୍ଗୀର, ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ବାରମ୍ବାର ତାଗିଦ ସତ୍ତ୍ୱେ ବି ଅଚଳ ଇଣ୍ଟରନଟ୍ ବ୍ୟବସ୍ଥାକୁ ସଜଡା ଯାଉନି ।

ଟୋକନ୍ ନଥିଲେ ବି ଧାନ କିଣାଯିବ ବୋଲି ପୂର୍ବରୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସରକାରଙ୍କ ପ୍ରତିନିଧି । ସେହି ଅନୁସାରେ ସମ୍ବଲପୁର ଓ ଅନ୍ୟ ସ୍ଥାନରେ ଚାଷୀ ଧାନ ବିକୁଥିଲେ। ତେବେ ଦୁଇଦିନ ହେବ ଟୋକନ୍ ଜେନେରେଟ ନ କରି ସରକାର ପୁଣି ମନୁଷ୍ୟକୃତ ଅଭାବ ବିକ୍ରି ସୃଷ୍ଟି କରିଥିବା ଅଭିଯୋଗରେ ତାତିଛନ୍ତି ଚାଷୀ।

Related story