ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

ପୁରୀ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଛି। ପୁରୀରେ ରଥଯାତ୍ରା ପାଇଁ ଆୟୋଜିତ ଶେଷ ସମନ୍ୱୟ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ଟମାଟୋ ମାଡ଼ କରାଯାଇଥିଲା।  ଚକ୍ରତୀର୍ଥ ରୋଡ୍ ଆରଟିଓ ଅଫିସ୍ ଆଗରେ ଏହି ଟମାଟୋ ମାଡ଼ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଅନେକ କେତେକ ସଂଗଠନ ମଧ୍ୟ ବିରୋଧ କରିଥିଲେ।  ଜଗନ୍ନାଥ ସେନା ପକ୍ଷରୁ […]

CMCAR

CMCAR

Rakesh Mallick
  • Published: Friday, 06 July 2018
  • Updated: 06 July 2018, 12:25 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଛି। ପୁରୀରେ ରଥଯାତ୍ରା ପାଇଁ ଆୟୋଜିତ ଶେଷ ସମନ୍ୱୟ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ଟମାଟୋ ମାଡ଼ କରାଯାଇଥିଲା।  ଚକ୍ରତୀର୍ଥ ରୋଡ୍ ଆରଟିଓ ଅଫିସ୍ ଆଗରେ ଏହି ଟମାଟୋ ମାଡ଼ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଅନେକ କେତେକ ସଂଗଠନ ମଧ୍ୟ ବିରୋଧ କରିଥିଲେ।  ଜଗନ୍ନାଥ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଲିସ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ ଅଟକ ରଖିଛି।  ସେହିପରି ଲୁଲୁ ସେନା ପକ୍ଷରୁ ମଧ୍ୟ ନବୀନଙ୍କ ଗସ୍ତକୁ ବିରୋଧ କରାଯାଇଥିଲା  ସେମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।



ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ମଧ୍ୟ ହୋଇଛି। ସେହିପରି ବିଜେପୁର ଉପ-ନିର୍ବାଚନ ବେଳେ ପ୍ରଚାର କରିବାକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା। ତେବେ ଚପଲଟି ତାଙ୍କ ଦେହରେ ବାଜି ନଥିଲା।

ସମନ୍ୱୟ ବୈଠକ ଶେଷ

ପୁରୀ ରଥଯାତ୍ରା ପାଇଁ ଶେଷ ହୋଇଛି ଅନ୍ତିମ ସମନ୍ୱୟ କମିଟି ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ସ୍ୱରେଜ, ଡ୍ରେନେଜ, ଅାଲୋକ ବ୍ୟବସ୍ଥା, ସୁରକ୍ଷା ଓ ରେଳ ବ୍ୟବସ୍ଥା ଅାଦି ବିଭିନ୍ନ ପ୍ରସଙ୍ଗ ଉପରେ ଅାଲୋଚନା ହୋଇଛି। ଶ୍ରୀଜିଉଙ୍କ ନୀତିକାନ୍ତି ସହ ରାସ୍ତାଘାଟର ମରାମତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ, ଗମନାଗମନ ଓ ରେଳ ବ୍ୟବସ୍ଥା ସହିତ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହିତ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆର୍‌ଡିସି, ପୋଲିସ୍‌ ମହାନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos