ରାତି ପାହିଲେ ମହାଷଷ୍ଠୀ ,ଏଥର ସୁନା ଚାନ୍ଦିରେ ଝଟକିବେନି ମା ’

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର) ରାତି ପାହିଲେ ମହାଷଷ୍ଠୀ ପୂଜା । ଶାରଦୀୟ ଦୁର୍ଗୋତ୍ସବରେ କଟକ ସହର ଦୁଲୁକିବା କଥା । ହେଲେ ସେ ସରାଗ ନାହିଁ, କାରଣ ପୂଜା ମଣ୍ଡପ ଗୁଡ଼ିକରେ ମୃଣ୍ମୟୀ ମୂର୍ତ୍ତି ତ ତିଆରି ହୋଇଛନ୍ତି । ହେଲେ ପୂର୍ବବର୍ଷ ମାନଙ୍କ ଭଳି ସୁନା ଚାନ୍ଦିରେ ଝଟକିବେନି । ତାସ୍ଥାନରେ ଜରି ଓ ନକଲି ଗହଣାରେ ମାଆଙ୍କୁ ସଜେଇବା ପାଇଁ ଅଧିକାଂଶ ପୂଜା ମଣ୍ଡପ କର୍ମକର୍ତ୍ତା ସ୍ଥିର କରିଥିବାବେଳେ ଆଉ କିଛି ପୂର୍ବଭଳି ଅଳଙ୍କାର ଲଗାଇବାକୁ […]

Durga_Puja

Durga_Puja

Tapas Behera
  • Published: Wednesday, 21 October 2020
  • Updated: 21 October 2020, 07:43 PM IST

Sports

Latest News

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର) ରାତି ପାହିଲେ ମହାଷଷ୍ଠୀ ପୂଜା । ଶାରଦୀୟ ଦୁର୍ଗୋତ୍ସବରେ କଟକ ସହର ଦୁଲୁକିବା କଥା । ହେଲେ ସେ ସରାଗ ନାହିଁ, କାରଣ ପୂଜା ମଣ୍ଡପ ଗୁଡ଼ିକରେ ମୃଣ୍ମୟୀ ମୂର୍ତ୍ତି ତ ତିଆରି ହୋଇଛନ୍ତି । ହେଲେ ପୂର୍ବବର୍ଷ ମାନଙ୍କ ଭଳି ସୁନା ଚାନ୍ଦିରେ ଝଟକିବେନି । ତାସ୍ଥାନରେ ଜରି ଓ ନକଲି ଗହଣାରେ ମାଆଙ୍କୁ ସଜେଇବା ପାଇଁ ଅଧିକାଂଶ ପୂଜା ମଣ୍ଡପ କର୍ମକର୍ତ୍ତା ସ୍ଥିର କରିଥିବାବେଳେ ଆଉ କିଛି ପୂର୍ବଭଳି ଅଳଙ୍କାର ଲଗାଇବାକୁ ଯୋଜନା ରଖିଛନ୍ତି । ତେବେ ସବୁ ମଣ୍ଡପରେ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିସିପି।

ଗତବର୍ଷ ଏଇ ବେଳରେ ସୁନା ଚାନ୍ଦିରେ ଝଟକୁଥିଲେ ମା ଦୁର୍ଗତି ନାଶିନୀ। ରାଣୀହାଟ, ଚୌଧୁରୀ ବଜାର, ଶେଖ୍ ବଜାର, ଚାନ୍ଦିନୀ ଚୌକ, ମଙ୍ଗଳାବାଗ ଓ ଖାନନଗର ସବୁଠି ମାଆଙ୍କ ବେଶକୁ ଦର୍ଶନ ଲାଗି ଲାଗିଥିଲା ଭିଡ଼ ହୋଇଥିଲା । ହେଲେ ଏବର୍ଷ କିନ୍ତୁ ମାଆଙ୍କୁ ସେ ରୂପରେ ଦର୍ଶନ ମିଳିବନି। କାରଣ ବାଧା ସାଜିଛି ମହାମାରୀ କରୋନା। ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏଥର ପୂଜା ହେବା ନହେବା ଅନିଶ୍ଚିତତା ଭିତରେ ବିଧି ରକ୍ଷା ପାଇଁ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ହୋଇଛି ସତ, ହେଲେ ଭକ୍ତ ସିଧା ସଳଖ ଦର୍ଶନ କରିପାରିବେ ନାହିଁ । ତାସାଙ୍ଗକୁ ମୂର୍ତ୍ତିର ଉଚ୍ଚତା ମଧ୍ୟ ଅନେକ ସ୍ଥାନରେ କମ୍ ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଏଥର ମାଆଙ୍କୁ ଅଧିକାଂଶ ମଣ୍ଡପର କର୍ମକର୍ତ୍ତା ସ୍ୱର୍ଣ୍ଣ-ଚାନ୍ଦି ଅଳଙ୍କାରରେ ଆଭୂଷଣ ନକରି ତା ସ୍ଥାନରେ ନକଲି ଅଳଙ୍କାର ଓ ରଂଗୀନ ଜରି ମେଢରେ କାମ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଏଥର ଦୁର୍ଗା ମୂର୍ତ୍ତିଙ୍କ ଆକାର ଓ ଉଚ୍ଚତା ଉଭୟ ଛୋଟ କରାଯାଇଛି । ତେଣୁ ମାଙ୍କୁ ପିନ୍ଧାଯାଉଥିବା ପାରମ୍ପରିକ ଅଳଙ୍କାର ଲାଗିବାରେ ଅସୁବିଧା ହେବ। ଜୋର ଜବରଦସ୍ତ ଏସବୁ ମୂଲ୍ୟବାନ ଗହଣା ଲାଗି କଲେ ତାହା ଭାଙ୍ଗି ଯିବାର ବି ସମ୍ଭାବନା ରହିଛି । ସେଥିପାଇଁ ଅନେକ ପୂଜାମଣ୍ଡପ ଅଳଙ୍କାର ନ ଲଗାଇବାକୁ ସ୍ଥିର କରିଥିବାବେଳେ ଆଉ କିଛି କମିଟି ପୋଲିସ ସୁରକ୍ଷା ଭିତରେ ଅଳଙ୍କାର ଲଗାଇବାକୁ ଯୋଜନା କରିଛନ୍ତି । ସେପଟେ ସବୁ ମଣ୍ଡପରେ କମିଶନରେଟ ପୁଲିସ ସୁରକ୍ଷା ଯୋଗାଇ ଦେବ ବୋଲି କଟକ ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos