କାଲି ସରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ: ଇସ୍ତାହାରର ହିସାବ ନିକାଶ କରିବେ ମୁଖ୍ୟମନ୍ତ୍ରୀ

Ordigital Desk
  • Published: Sunday, 20 May 2018
  • , Updated: 20 May 2018, 09:25 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ ଶେଷ ହେଉଛି। ଗଲା ୪ ବର୍ଷରେ ନିର୍ବାଚନୀ ଇସ୍ତାହାରକୁ କେତେ ପୂରଣ କରିପାରିଛି ବିଜେଡି? ଏହାର ହିସାବ ନିକାଶ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ବସୁଛି ମନ୍ତ୍ରୀ ପରିଷଦ ବୈଠକ।</p> <p>ଏହା ପୂର୍ବରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପରଖି ସାରିଛନ୍ତି ନବୀନ। କାଲି ମନ୍ତ୍ରୀ ପରିଷଦ ବୈଠକରେ ଫୋକସ୍&zwnj;ରେ ରହିପାରେ ୨୦୧୪ରେ ବିଜେଡିର ନିର୍ବାଚନୀ ଇସ୍ତାହାର। ଭୋଟରଙ୍କ ପାଖକୁ ଯିବା ପୂର୍ବରୁ ଇସ୍ତାହାର ମୁତାବାକ କେତେ କାମ ହୋଇଛି ତାହାର ତର୍ଜମା କରାଯିବ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଓ ସମସ୍ତ ମହାବିଦ୍ୟାଳୟରେ କ୍ୟାରିୟର୍ କାଉନ୍ସିଲିଂ ସୁବିଧା ପାଇଁ ଇସ୍ତାହାରରେ କରାଯାଇଥିବା ଘୋଷଣା ଏବେ ବି ଶୀତଳ ଭଣ୍ଡାରରେ ରହିଛି। ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ନେଇଥିଲେ ବି ପ୍ରତି ପଞ୍ଚାୟତରୁ ୧୫୦ ଜଣ ଯୁବକ, ଯୁବତୀଙ୍କୁ ଟ୍ରେନିଂ ଦିଆଯାଇ ବ୍ୟବସାୟ ଲାଗି ଋଣ ଓ ରିହାତି ଦେବାକୁ ଯେଉଁ ଘୋଷଣା କରିଥିଲେ ସେଥିରେ ସଫଳ ହୋଇନାହାନ୍ତି। ୩୦ ବର୍ଷ ବୟସରୁ ଅଧିକ ବର୍ଷର ଅବିବାହିତ ମହିଳାଙ୍କୁ ଘୋଷଣା ମୁତାବକ ପେନ୍&zwnj;ସନ ଦିଆଯାଇ ପାରିନାହିଁ। ଯାହା ଆଗାମୀ ଦିନରେ ଦଳକୁ ଅଡୁଆରେ ପକାଇ ପାରେ। ଅନ୍ୟପକ୍ଷରେଦଳର ମୁଖପାତ୍ର ପ୍ରତାପ ଦେବ୍ କହିଛନ୍ତି, &ldquo;ପ୍ରାୟ ୮୦ ପ୍ରତିଶତ ପ୍ରତିଶ୍ରୁତି ପୂରଣ କରାଯାଇଛି, ବଳକା କାମ ଶୀଘ୍ର ହେବ।&rdquo;</p> <p>ଅନ୍ୟପକ୍ଷରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ବିରୋଧରେ ୬ଟି ରାଜନୈତିକ ଚିଠି ପ୍ରସ୍ତାବ ପାରିତ ହୋଇଛି। ଦୁଷ୍କର୍ମ, ମହାନଦୀ ପ୍ରସଙ୍ଗରେ ବିଫଳତା, ପଞ୍ଚାୟତ ଓ ପୌରାଞ୍ଚଳରେ ଦୁର୍ନୀତି, ଭାଗଚାଷୀ ସମସ୍ୟା ଓ ଚାଷୀ ଆତ୍ମହତ୍ୟା, ମନରେଗା ଓ ଯୁବ ବାହିନୀରେ ବିଜେଡି କର୍ମୀଙ୍କୁ ନିଯୁକ୍ତି ଦେବାକୁ ନେଇ ବିଜେପି, ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଦଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, &ldquo;ନବୀନ ସରକାରଙ୍କ ୧୮ ବର୍ଷର ଶାସନ ନେଇ ୩୬ଟି ମହା ଅଭିଯୋଗର ଦସ୍ତାବିଜ ଆଣିବ ବିଜେପି।&rdquo; କଂଗ୍ରେସ ମଧ୍ୟ ରାଜ୍ୟ ସରକାରକୁ କଡା ସମାଲୋଚାନ କରିଛି।</p> <p>ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ ବନାମ୍ ମୋଦିଙ୍କ ପ୍ରଥମ ପାଳିର ଚତୁର୍ଥ ବର୍ଷକୁ ନେଇ ବିଜେଡି ଓ ବିଜେପି ଭିତରେ ଲାଗି ରହିଛି ଛକାପଞ୍ଝା। ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବାରୁ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ତୀବ୍ର ହେବାର ସମ୍ଭାବନା ରହିଛି।</p>

Related story