ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ୱେଲମାର୍କ ଲୋ-ପ୍ରେସର ଅନୁଭୂତ ହୋଇଛି। ଏହା ଉତ୍ତର-ପୂର୍ବ ଓ ଉତ୍ତର-କେନ୍ଦ୍ର ବଙ୍ଗୋପସାଗରରେ ଘନୀଭୂତ ହୋଇଛି। ଆଜି ରାତି ୧୧. ୩୦ ସୁଦ୍ଧା ଡିପ୍ରେସନ୍‌ ରୂପ ନେଇପାରେ। ଏହାର ପ୍ରଭାବରେ ପରବର୍ତ୍ତୀ ୬ ଘଣ୍ଟାରେ ଡିପ୍ ଡିପ୍ରେସନ ରୂପ ନେବା ସମ୍ଭାବନା ରହିଛି। ୱେଲ ମାର୍କ ଲୋ ପ୍ରେସର ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀର ପ୍ରଥମ ସ୍ପର୍ଶ। ବର୍ଷର ପହିଲି […]

Rain on umbrella

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 09:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ୱେଲମାର୍କ ଲୋ-ପ୍ରେସର ଅନୁଭୂତ ହୋଇଛି। ଏହା ଉତ୍ତର-ପୂର୍ବ ଓ ଉତ୍ତର-କେନ୍ଦ୍ର ବଙ୍ଗୋପସାଗରରେ ଘନୀଭୂତ ହୋଇଛି। ଆଜି ରାତି ୧୧. ୩୦ ସୁଦ୍ଧା ଡିପ୍ରେସନ୍‌ ରୂପ ନେଇପାରେ। ଏହାର ପ୍ରଭାବରେ ପରବର୍ତ୍ତୀ ୬ ଘଣ୍ଟାରେ ଡିପ୍ ଡିପ୍ରେସନ ରୂପ ନେବା ସମ୍ଭାବନା ରହିଛି। ୱେଲ ମାର୍କ ଲୋ ପ୍ରେସର ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମୌସୁମୀର ପ୍ରଥମ ସ୍ପର୍ଶ। ବର୍ଷର ପହିଲି ବର୍ଷାରେ ଭିଜିଲା କେରଳ ଓ ତାମିଲନାଡୁ। ନିର୍ଦ୍ଧାରିତ ସମୟର ୩ ଦିନ ଆଗରୁ ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ। ଫଳରେ କେରଳର ଅଧିକାଂଶ ଅଞ୍ଚଳ ସମେତ ତାମିଲୁନାଡ଼ୁର କୋଏମ୍ବାଟୋର କୋଡ଼ାଇକାନାଲ ଓ ତୁତିକୋରିନରେ ବର୍ଷା ହୋଇଛି। ଏହା ସହ ଦକ୍ଷିଣ ପୂର୍ବ ଆରବସାଗର, ମାଲଡିଭ୍, ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ମୌସୁମୀ ବର୍ଷା ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ। ଗତ ୨୫ରେ ମୌସୁମୀ ବର୍ଷା ଆଣ୍ଡାମାନ ନିକୋବର ଦ୍ୱି’ପପୁଞ୍ଜରେ ପହଞ୍ଚିଥିଲା।

ମୌସୁମୀ ବାୟୁ ଆଗୁଆ କେରଳରେ ପହଞ୍ଚିବା ଥିବା ବେଳେ ଆଗକୁ ବଢ଼ିବା ପାଇଁ ମଧ୍ୟ ପରିବେଶ ଅନୁକୂଳ ରହିଛି। ଫଳରେ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବ। ଜୁନ ୧୦ କିମ୍ବା ତା ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Related story