ନକ୍ସଲ, ଅପରାଧିକ ତତ୍ତ୍ୱ ଓ ଟଙ୍କା ଚାଲାଣ ନେଇ ବୈଠକରେ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନ ପ୍ରକ୍ରିୟାକୁ ସୁପରିଚାଳିତ ଢଙ୍ଗରେ କରିବା ପାଇଁ ଭୁବନେଶ୍ୱରସ୍ଥିତ ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଆନ୍ତଃରାଜ୍ୟ ପୁଲିସ ଅଧିକାରୀଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ ସମୟରେ ନକ୍ସଲ, ଅପରାଧିକ ତତ୍ତ୍ୱ, ଟଙ୍କା ଚାଲାଣ, ଫେକ ନୋଟ୍‌ ଓ ବେଆଇନ ସାମଗ୍ରୀ ପ୍ରବେଶ ଉପରେ କିଭଳି ରୋକ ଲଗାଇହେବ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। ବିଶେଷ କରି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା, ନକ୍ସଲ ଦମନ ଓ ଗୁଇନ୍ଦା ସୂଚନା ଆଦାନ […]

top-cops-from-six-states-meet-to-prepare-for-free-and-fair-polls

Manoranjan Sial
  • Published: Friday, 22 February 2019
  • , Updated: 22 February 2019, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନ ପ୍ରକ୍ରିୟାକୁ ସୁପରିଚାଳିତ ଢଙ୍ଗରେ କରିବା ପାଇଁ ଭୁବନେଶ୍ୱରସ୍ଥିତ ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଆନ୍ତଃରାଜ୍ୟ ପୁଲିସ ଅଧିକାରୀଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ ସମୟରେ ନକ୍ସଲ, ଅପରାଧିକ ତତ୍ତ୍ୱ, ଟଙ୍କା ଚାଲାଣ, ଫେକ ନୋଟ୍‌ ଓ ବେଆଇନ ସାମଗ୍ରୀ ପ୍ରବେଶ ଉପରେ କିଭଳି ରୋକ ଲଗାଇହେବ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। ବିଶେଷ କରି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା, ନକ୍ସଲ ଦମନ ଓ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ସହ ନିର୍ବାଚନ ବେଳେ ଟଙ୍କା କାରବାର ରୋକିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ସୀମାରେ ନାକାବନ୍ଦି ଓ ସମୁଦ୍ରତଟ ସୁରକ୍ଷାକୁ ବ୍ୟାପକ କରିବାକୁ ମଧ୍ୟ ବୈଠକରେ ଯୋଜନା ପ୍ରସ୍ତୁତ ହୋଇଛି। କେନ୍ଦ୍ରକୁ ୧୫୦ କମ୍ଫାନୀ ସେଣ୍ଟ୍ରାଲ ଆର୍ମଡ୍‌ ପୁଲିସ ଫୋର୍ସ ଦେବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ବୈଠକରେ ଓଡ଼ିଶା ଡିଜିପି ଆର.ପି ଶର୍ମା, ଗୃହ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ପଡୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧପ୍ରଦେଶ ଓ ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଛନ୍ତି।

Related story